ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରଙ୍କୁ ବଡ଼ ଝଟକା ଲାଗିଛି। ରାଜ୍ୟରେ ଥିବା ସ୍କୁଲର ସ୍ଥିତି ନେଇ ସୁପ୍ରିମକୋର୍ଟ ଜବାବ ତଲବ କରିଛନ୍ତି। ରାଜ୍ୟରେ ସ୍କୁଲଗୁଡ଼ିକ ଅତି ଖରାପ ସ୍ଥିତିରେ ରହିଥିବା ଦାଖଲ କରାଯାଇଥିବା ଏକ ଆବେଦନରେ ଉଲ୍ଲେଖ କରାଯାଇଛି। ସ୍କୁଲରେ ଅତ୍ୟାବଶ୍ୟକ ସୁବିଧା ସୁଯୋଗ ଉପଲବ୍ଧ କରାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ଅନୁରୋଧ କରାଯାଇଥିଲା।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼, ବିଚାରପତି ଜେବି ପାରଦୀୱାଲା ଏବଂ ମନୋଜ ମିଶ୍ରାଙ୍କ ଦ୍ବାରା ଗଠିତ ଖଣ୍ଡପୀଠଙ୍କ ପକ୍ଷରୁ ସ୍ବେଛାସେବୀ ସଂଗଠନ ସୋସିଆଲ ଜୁରିଷ୍ଟ ଦ୍ବାରା ଦାଖଲ କରାଯାଇଥିବା ଆବେଦନ ଆଧାରରେ ନୀତୀଶ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।
ପାଟନା ହାଇକୋର୍ଟ ରାଜ୍ୟ ସରକାରଙ୍କ ସପକ୍ଷରେ ଜାନୁଆରୀ ୧୯ରେ ରାୟ ଦେଇଥିଲେ। ଏହାପରେ ସ୍ବେଚ୍ଛାସେବୀ ସଂଗଠନ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
