Odisha news

ଉପକୂଳ ରାଜପଥ ନିର୍ମାଣ ପାଇଁ ଜନ ଶୁଣାଣି

0
ନିରାକାର ପୁର,୮/୧:  ବହୁ ପ୍ରତିକ୍ଷିତ ଉପକୂଳ ରାଜପଥର ନିର୍ମାଣ ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ପାଇଁ ଜନ ଶୁଣାଣି ଜାନୁଆରୀ ୮ ତାରିଖ ବୁଧବାର ଟାଙ୍ଗି ବ୍ଲକ ର ହରିପୁର ଗ୍ରାମ ରେ ଥିବା ଉଗ୍ରତାରା ସରକାରୀ ଉଚ୍ଚ ବିଦ୍ୟଳୟ ର ଖେଳ ପଡିଆ ରେ ଅନୁଷ୍ଠିତ ହେଇ ଯାଇଅଛି । ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ତହସିଲଦାର ମିତାଲୀ ପାତ୍ର, ରାଜ୍ୟ ପରିବେଶ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ଆଞ୍ଚଳିକ ଅଧିକାରୀ ମୋହନ ଗିରି, ଜାତୀୟ ରାଜପଥ ପ୍ରାଧିକରଣ ଯାନ୍ତ୍ରିକ ଅଧିକାରୀ ୟୁସି ପାଣି, ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଡେପୁଟି ଯନ୍ତ୍ରୀ ସୌମେନ୍ଦ୍ର ମହାନ୍ତି ଓ ସହ ପରିବେଶ ବୈଜ୍ଞାନିକ ସୌମ୍ୟ ରଂଜନ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଜମି ମାଲିକ ଓ ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ ଓ ପରାମର୍ଶ ସମ୍ପର୍କରେ ଅବଗତ ହେବା ସହିତ ଏହି ରାସ୍ତା ର ବ୍ୟୟ ବିବରଣୀ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।ଏହି ଉପକୂଳ ରାଜପଥ ଓଡିଶା ର ଖୋର୍ଦ୍ଧା ଜିଲ୍ଲା ର ଟାଙ୍ଗି ବ୍ଲକ ଅନ୍ତର୍ଗତ ବଡ଼ପୋଖରିଆ ନିକଟରେ ଥିବା ସୁନେଇ ରୁପେଇ ମନ୍ଦିର ପାଖରୁ ଆରମ୍ଭ ହୋଇ ବ୍ରହ୍ମଗିରି , ପୁରୀ , କୋଣାର୍କ , ଅସ୍ତରଙ୍ଗ , ଆମ୍ବିକି , କୁଜଙ୍ଗ , ପାରାଦୀପ , ମହାକାଳପଡ଼ା ଆଦି ଦେଇ କରି ପଶ୍ଚିମବଙ୍ଗ ର ଦିଘା ଯାଏ ଯିବ । ଏହାକୁ ଜାତୀୟ ରାଜପଥ ୩୧୬ (କ) ନାମରେ ନାମିତ କରାଯାଇଅଛି । ଏହା ଏକ ଆକ୍ସେସ କଣ୍ଟ୍ରୋଲଡ଼ ଗ୍ରୀନଫିଲଡ ଜାତୀୟ ରାଜପଥ ଭାବେ ନିର୍ମାଣ ହେବ । ଏହାର ବିଭିନ୍ନ ପ୍ୟାକେଜ କୁ ହାଇବ୍ରିଡ଼ ଆନୁଇଟି ମୋଡ଼ ଏବଂ ଇପିସି ରେ ନିର୍ମାଣ କରାଯିବ ।ଏହି ୩୮୨ କିମି ଜାତୀୟ ରାଜପଥ ଓଡ଼ିଶାର ଉପକୂଳବର୍ତି ୬ ଟି ଜିଲ୍ଲା ଦେଇ ଯିବ ସେଗୁଡିକ ହେଲା ଖୋର୍ଦ୍ଧା , ପୁରୀ , ଜଗତସିଂହପୁର ,କେନ୍ଦ୍ରାପଡା ,ଭଦ୍ରକ ଏବଂ ବାଲେଶ୍ୱର . ଏହା ଏକ ୪-ଲେନ ବିଶିଷ୍ଟ ଜାତୀୟ ରାଜପଥ ହେବ ଯାହାର ଓସାର ୪୫ ମିଟର ହେବ ।ଏହି ରାଜପଥ ନିର୍ମାଣ ପାଇଁ ସର୍ବମୋଟ ୭୮୩୩ ଟି ଗଛ କଟା ଯିବ . ପାଖା ପାଖି ୫୦ ଟି ବସ ଆଶ୍ରୟ ସ୍ଥଳ ଏବଂ ୬ ଟି ଟ୍ରକ ରହଣି ସ୍ଥଳ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି ।ଏହି ସଡକ ରେ ଗାଡି ଗୁଡିକ ୧୦୦ କିମି ବେଗ ରେ ଗତି କରି ପାରିବେ ।ଏହି ରାଜପଥ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଉପକୂଳବର୍ତ୍ତୀ ୬ ଟି ଜିଲ୍ଲା ର ୧୮୨ ଟି ଗାଁ ପ୍ରଭାବିତ ହେଉଛି , ଯେଉଁଥିରେ ଖୋର୍ଦ୍ଧା ର ୫ ଟି , ପୁରୀ ର ୧୦୨ ଟି , ଜଗତସିଂହପୁର ର ୫୨ ଟି ଏବଂ କେନ୍ଦ୍ରାପଡା ର ୨୩ ଟି ଗ୍ରାମ ରହି ଅଛି । ଏହି ଜିଲ୍ଲା ମାନଙ୍କ ମଧ୍ୟ ଦେଇ ମୋଟ ୧୭୭.୮ କିମି ର ୪ ଥାକିଆ ରାସ୍ତା ନିର୍ମାଣ କରାଯିବ .ଯାହା ଭିତରେ ଖୋର୍ଦ୍ଧା ଜିଲ୍ଲା ଭିତର ଦେଇ ୫.୫ କିମି , ପୁରୀ ଜିଲ୍ଲା ରେ ୧୦୧.୩ କିମି , ଜଗତସିଂହପୁର ଜିଲ୍ଲା ରେ ୪୭.୯ କିମି ଏବଂ କେନ୍ଦ୍ରାପଡା ଜିଲ୍ଲା ଦେଇ ୨୨.୩ କିମି ର ରାସ୍ତା ନିର୍ମାଣ କରାଯିବ । ଏହି ରାସ୍ତା ନିମନ୍ତେ ସର୍ବମୋଟ ୮୬୫ ହେକ୍ଟର ଜମି ଅଧିଗ୍ରହଣ ହେବାର ଆବଶ୍ୟକତା ରହି ଅଛି । ଯାହା ଭିତରେ ଖୋର୍ଦ୍ଧା ଜିଲ୍ଲା ରେ ୩୨.୩୭ ହେକ୍ଟର , ପୁରୀ ରେ ୫୦୫.୧୩ ହେକ୍ଟର , ଜଗତସିଂହପୁର ରେ ୨୨୩.୬୭ ହେକ୍ଟର ଏବଂ କେନ୍ଦ୍ରାପଡା ରେ ୧୦୪.୭ ହେକ୍ଟର ଜମି ଅଧିଗ୍ରହଣ ହେବ ବୋଲି ସୂଚନା ମିଳିଛି। ଶବ୍ଦ ପ୍ରତିରୋଧ ପାଇଁ ସାଉଣ୍ଡ ପ୍ରୂଫ ବାଡ ଲାଗ ଯିବ ।ଏହି ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ ସାରିବା ପରେ ରାସ୍ତା ପାର୍ଶ୍ୱ ରେ ୧୩ ହଜାର ଗଛ ଏବଂ ରାସ୍ତା ର ମେଡିଆନ ରେ ୪୦୭୩୧ ଟି ଗଛ ଲଗାଯିବ ବୋଲି ସୂଚନା ମିଳିଛି ।ପ୍ରସ୍ତାବିତ ପ୍ରକଳ୍ପ ଦ୍ୱାରା ପାଖା ପାଖି ୪୩୬୪ ପରିବାରର ମୋଟ ୨୦ ହଜାର ପ୍ରଭାବିତ ହେବେ ବୋଲି ସୂଚନା ମିଳିଛି ।ରାସ୍ତା ଟି ହେଲେ ସମ୍ପୃକ୍ତ ଅଂଚଳ ମାନଙ୍କରେ ଶିଳ୍ପାୟନ ର ବୃଦ୍ଧି ହେବ ସହ ନିଯୁକ୍ତି ର ସୁଯୋଗ ସୃଷ୍ଟି ହବ ଏବଂ ଲୋକ ମାନଙ୍କର ଅର୍ଥନୀତି ରେ ଅଭିବୃଦ୍ଧି ଘଟିବ।
Leave A Reply