ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ବୁଧବାର ଦିନ ନୂତନ ଭାବେ ଅତିରିକ୍ତ ଜିଲ୍ଲା ଓ ଦୌରାଜର୍ଜ କୋର୍ଟ ଉଦ୍ଘାଟିତ ହୋଇଯାଇଛି! ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ସରଣ ସିଂ ଭିଡିଓ କନଫରେସିଂ ମାଧ୍ୟମରେ ଏହାକୁ ଉଦଘାଟନ କରିଥିଲେ! ଦିର୍ଘ ବର୍ଷ ହେବ ଚଣ୍ଡିଖୋଲ ଠାରେ ଏହି କୋର୍ଟ ଖୋଲିବା ପାଇଁ ଦାବୀ ହୋଇ ଆସୁଥିଲା! ଚଣ୍ଡିଖୋଲ କୋର୍ଟ ବାର ଆସୋସିଏସନ ଅଧିନରେ କାର୍ଯ୍ୟରତ ଆଇନଜୀବୀ ମାନେ ଆଇନ ମନ୍ତ୍ରୀ ଓ ଉଚ୍ଚ ନ୍ୟାୟଳୟର ମୂଖ୍ୟ ବିଚାରପତିଙ୍କୁ ଏହି କୋର୍ଟ ଖୋଲିବା ନେଇ ବାରମ୍ବାର ନିବେଦନ କରିଆସୁଥିଲେ! ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରୋଟକଲ ଜର୍ଜ ତଥା ଉଚ୍ଚ ନ୍ୟାୟଳୟର ବିଚାରପତି ଅରିନ୍ଦମ ସିହ୍ନା,ଯାଜପୁର ଜିଲ୍ଲା ଜର୍ଜ ଅମୃତନନ୍ଦନ ନନ୍ଦ ,ଚଣ୍ଡିଖୋଲ ବରିଷ୍ଠ ବିଚାରପତି ବିଶ୍ୱ ଦୀପକ ସାହୁ,କନିଷ୍ଠ ବିଚାରପତି ପରବିନ ମଣ୍ଡଳ, ଶୃତି ଅଭିଳାଶା, ବାର ଆସୋସିଏସନ ସଭାପତି ଦେବରାଜ ବେହେରା,ସମ୍ପାଦକ ପ୍ରକାଶ ଦାଶ,ଉପସଭାପତି ଶ୍ରୀକାନ୍ତ ବଳ,ଯୁଗ୍ମ ସମ୍ପାଦକ ଶିରିସ ସାମଲ,ଆଡଭୋକେଟ ଶରତଚନ୍ଦ୍ର ବଳ,ସୁରେଶ ସାହାଣୀ,ଶରତ ଚନ୍ଦ୍ର ଶଢଙ୍ଗୀ,ଜନ ବେହେରା,ଉଦୟ ନାଥ ସାହୁ,ବରିଷ୍ଠ ଆଇନଜିବୀ କୈଳାଶ ସାମଲ,ପ୍ରତାପ ଦାଶ,ସୁରେଶ ପଣ୍ଡା,ପ୍ରେମାନନ୍ଦ ବେହେରା,ପ୍ରଦିପ୍ତ କର,ଶ୍ୟାମସୁନ୍ଦର ଦାଶ,ଜିତେନ ତ୍ରୀପାଠୀ,ମନିର ମହମ୍ମଦ,ବିରେନ ବିଶ୍ୱାଳଙ୍କ ସହ ବହୁ ଆଇନଜୀବୀ ଉପସ୍ଥିତ ଥିଲେ! ପୂର୍ବରୁ ଯାଜପୁର ଟାଉନ ଠାରେ ଏହି କୋର୍ଟ କାର୍ଯ୍ୟ କରୁଥିଲା! ଯେଉଁଥି ପାଇଁ ଲୋକେ ସେଠାକୁ ଯାଇ ଅଧିକ ଖର୍ଚ୍ଚାନ୍ତ ହେବା ସହିତ ବିଭିନ୍ନ ସମସ୍ୟାକୁ ସାମନା କରୁଥିଲେ! ଏଠାରେ ଉକ୍ତ କୋର୍ଟ ଚାଲିବା ପରେ ଲୋକମାନଙ୍କର ସେହିସବୁ ସମସ୍ୟାର ସମାଧାନ ହୋଇଛି! ଉଦଘାଟିତ ଏହି କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦ୍ୱୌରା ଜର୍ଜ ଭାବେ ଗୋପବନ୍ଧୁ ଗଡନାୟକ ଅବସ୍ତାପିତ ହୋଇଛନ୍ତି! ଏହି ଅଦାଲତ ଖୋଲିବା ପରେ ଓଡିଶା ଉଚ୍ଚ ନ୍ୟାୟାଳୟ ମୂଖ୍ୟ ବିଚାରପତି, ଆଇନ ମନ୍ତ୍ରୀ ଓ ବଡଚଣା ବିଧାୟକଙ୍କୁ ବାର ଆସୋସିଏସନ କର୍ମକର୍ତା ଓ ଆଇନଜିବୀ ମାନେ କୃତଜ୍ଞତା ଜ୍ଞାପନ କରିଛନ୍ତି !