ନିରାକାରପୁର,୨୩/୪: ମୁଣ୍ଡଫଟା ଟାଣ ଖରାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନଜୀବନ କୁ ଅସ୍ତବ୍ୟସ୍ତ କରିପକାଉଛି। କିନ୍ତୁ ଏ ଯାଏଁ ଗ୍ରାମାଞ୍ଚଳରେ ଗାଁ କଲ୍ୟାଣ ସମିତି ତରଫରୁ ଅନେକ ପଞ୍ଚାୟତରେ ପାନୀୟ ଜଳ ପାଇଁ ଜଳଛତ୍ର ଖୋଲା ଯାଇ ପାରିନାହିଁ। ଆଶା ଓ ଅଙ୍ଗନବାଡ଼ି କର୍ମୀ ମଧ୍ୟରେ ସମନ୍ୱୟ ର ଅଭାବ ଯୋଗୁ ଅନେକ ସ୍ଥାନରେ କିଏ ଏ ବାବଦରେ ହେଉଥିବା ଖର୍ଚ୍ଚ କିଏ ବହନ କରିବ ସେ କଥାକୁ ନେଇ ତୁତୁ ମେମେ ହେବା ଫଳରେ ଏ ପର୍ଯ୍ୟନ୍ତ ଜଳଛତ୍ର ଖୋଲା ଯାଇ ପରୁ ନଥିବା ସୂଚନା ମିଳିଛି। ଏଣେ ଟାଙ୍ଗୀ ବ୍ଲକ ସିଡିପିଓ ଜ୍ୟୋସ୍ନା ରାଣୀ ପଣ୍ଡା କହିଛନ୍ତି ପ୍ରାୟ ସବୁ ସ୍ଥାନରେ ଜଳ ଛତ୍ର ଖୋଲା ହୋଇଯାଇଛି। ଯେଉଁ କେତୋଟି ରେ ଆରମ୍ଭ ହୋଇନାହିଁ ଆସନ୍ତା କାଲି ଠାରୁ ଖୋଲିବାକୁ କହିଛୁ। ପ୍ରକାଶ ଥାଉ କି ଏଥି ପାଇଁ ସ୍ବତନ୍ତ୍ର ବ୍ୟୟ ବରାଦ ମଧ୍ୟ କରାଯାଉଛି। କିନ୍ତୁ ତଳସ୍ତରରେ ଏହାର ସଫଳ ରୂପାୟନ ପାଇଁ ରହିଥିବା ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା , ମନମୁଖୀ କାର୍ଯ୍ୟକଳାପ ଯୋଗୁ ସାଧାରଣ ଲୋକ ଏଥିରୁ ଫାଇଦା ପାଇ ପାରୁ ନାହାଁନ୍ତି। ଖରାଦିନେ ଗ୍ରାମାଞ୍ଚଳ ଗାଁ କଲ୍ୟାଣ ସମିତି ଓ ପଞ୍ଚାୟତ ତରଫରୁ ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲି ଜଳକଷ୍ଟ ଦୂର କରିବାକୁ ସମସ୍ତ ସୁବିଧା ରହିଥିବାବେଳେ କିନ୍ତୁ ଏହା ସମ୍ପୂର୍ଣ କାର୍ଯ୍ୟକ୍ଷମ ହୋଇ ପାରୁ ନ ଥିବା ଭଳି ଲାଗୁଛି। ଯଦି ବି କେଉଁଠି ଜଳଛତ୍ର ଖୋଲାଯାଇଛି ତା ପରଠାରୁ ସେ ମାଠିଆରେ ପାଣି ରହି ନାହିଁ ତ କେଉଁଠି ଛାମୁଣ୍ଡିଆ ଭୁସୁଡ଼ିକି ପଡ଼ିଲାଣି। ତେବେ ଜାତୀୟ ସ୍ବାସ୍ଥ୍ୟ ମିଶନ ବିଭାଗ ତରଫରୁ ଗାଁ କଲ୍ୟାଣ ସମିତି କୁ ଗ୍ରାମରେ ସ୍ବାସ୍ଥ୍ୟ କାନ୍ଥ,ସ୍ବାଗତ ଫଳକ, ସଚେତନ ମୂଳକ ସୂଚନା ଫଳକ, ଗ୍ରାମର ପରିଷ୍କାର ପରିଚ୍ଛନ୍ନତା ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଆସୁଥିବାବେଳେ ଏହାର ପରିଚାଳନା ପାଇଁ ଏହି ସମିତିରେ ଅଙ୍ଗନବାଡ଼ି କର୍ମୀ, ୱାର୍ଡ ମେମ୍ବର, ଆଶା କର୍ମୀ, ସ୍ଵୟଂ ସହାୟକ ମହିଳା ସଭ୍ୟା, ସେଛାସେବୀ ସଂଗଠନ କର୍ମକର୍ତ୍ତା, ପାଣି ପଞ୍ଚାୟତ ସଭ୍ୟ ଓ ଏସି ଏସଏଷ୍ଟି ସଭ୍ୟ ମାନେ ରହିଛନ୍ତି। ଖରାଦିନେ ଏହି ସମିତି ଅର୍ଥ ରାଶି ସହାୟତାରେ ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପରାମର୍ଶରେ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ମାନେ ଏହି ଜଳଛତ୍ର କାର୍ଯ୍ୟକ୍ରମ ପରିଚାଳନା କରିବା କଥା। କିନ୍ତୁ କେଉଁଠି ଆଶା କର୍ମୀ ସହିତ ଅଙ୍ଗନବାଡ଼ି କର୍ମୀ ଙ୍କର ପଡୁନି ତ କେଉଁଠି ଖର୍ଚ୍ଚ ହେଉଥିବା ଅର୍ଥ ମିଳିବାରେ ବିଳମ୍ବ ହେଉଛି ବୋଲି ଏହି କାର୍ଯ୍ୟକ୍ରମରେ ବ୍ୟତିକ୍ରମ ଘଟୁଛି ବୋଲି ଜଣାପଡିଛି। ଏହି ଜଳଛତ୍ର ଏପ୍ରିଲ ମାସରୁ ଜୁନ ମାସ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଆମ ଗାଇଡ ଲାଇନ ଅନୁଯାୟୀ ଆଶା ଓ ଅଙ୍ଗନବାଡ଼ି କର୍ମୀ ମାନେ ଏହାର ସୁ ପରିଚାଳନା କରିବା କଥା କିନ୍ତୁ ତାହା ସବୁ ଜାଗାରେ ସମ୍ଭବ ହେଉ ନାହିଁ ବୋଲି ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ପଣ୍ଡାା ଠାରୁ ଜଣାପଡିଛି । ସେ କହିବା କଥା ଆଶା ଏହାକୁ ପରଚାଳନା କରିବା କଥା କିନ୍ତୁ ହେଉଥିବା ଖର୍ଚ୍ଚ ଅଙ୍ଗନବାଡ଼ି କର୍ମୀଙ୍କ ମଧ୍ୟମରରରେ ମିଳିବ କଥା। କିନ୍ତୁ ମିଲୁ ନ ଥିବାରୁ ସେମାନେ ଆଗ୍ରହ ପ୍ରକାଶ କରୁ ନାହାନ୍ତି। କିନ୍ତୁ ଏହି କମିଟିରେ ୱାର୍ଡ ମେମ୍ବର ଓ ଅଙ୍ଗନବାଡ଼ି କର୍ମୀ ଙ୍କ ନାମରେ ପାସବୁକ୍ ଥିବାରୁ ଖର୍ଚ୍ଚ ହେଉଥିବା ଅର୍ଥ ଦେବାରେ କିଛି ସ୍ଥାନରେ ବିଶୃଙ୍ଖଳା ହେଉଥିବାରୁ ସେମାନେ ଏହି କାର୍ଯ୍ୟ କରିବା କୁ ନାପସନ୍ଦ କରିଛନ୍ତି ବୋଲି ଜଣେ ଅଙ୍ଗନବାଡ଼ି କର୍ମୀ ନିଜ ନାମ ଗୁପ୍ତ ରଖି ଜଣାଇଛନ୍ତି।ତେଣୁ ଏମାନଙ୍କ ଛକା ପଞ୍ଚ୍ଛା ରେ କେବେ ସବୁ ପଞ୍ଚାୟତ ଖୋଲା ଯାଇଛି ଜଳ ଛତ୍ର ତାହା ଦେଖିବାକୁ ବାକି ରହିଲା।