Odisha news

ରାଜକନିକାରେ ବୈଜୟନ୍ତ ଓ କୃଷ୍ଣ ଚନ୍ଦ୍ରଙ୍କ ରୋଡ଼ ସୋ 

0
ରାଜକନିକା ତା ୨୩/୦୪ : ଆଗାମୀ ନିର୍ବାଚନ କୁ ଆଖି ଆଗରେ ରଖି  ଆଳି ନିର୍ବାଚନ ମଣ୍ଡଳୀ ରାଜକନିକାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ବିଜେପି ଜିଲ୍ଲା ଉପସଭାପତି ତଥା ଆଳି ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡା ରୋଡ଼ ସୋ ମାଧ୍ୟମ ରେ ନିଜର ପରାକ୍ରମ ଦେଖାଇଛନ୍ତି | ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରା ରେ ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କୁ ସାଙ୍ଗରେ ଧରି ତାଙ୍କ ନେଉଳଗଡିଆ ସ୍ଥିତ ବାସଭବନରୁ ବାହାରି କଣ୍ଟପଡ଼ା ବଜାର ଦେଇ କଟକ -ଚାନ୍ଦବାଲି ରାସ୍ତାରେ ଆସି ପୂର୍ବ କନିକାର ଆଠଟି ପଞ୍ଚାୟତ ର ବିଭିନ୍ନ ଗ୍ରାମରେ ରୋଡ଼ ସୋ କରିଛନ୍ତି | ଏହି ରୋଡ଼ ସୋ ରେ ଦୁଇ ହଜାରରୁ ଉର୍ଦ୍ଧ ମଟର ସାଇକେଲ ସାମିଲ ଥିବାବେଳେ ବିଜେପି ର ବରିଷ୍ଠ ନେତା ବ୍ରଜସୁନ୍ଦର ଭୂୟାଁ, ପ୍ରତାପ ରଞ୍ଜନ ରାଉତ, ଅଜୟ କୁମାର ସାମଲ, ବ୍ଲକ ର ସମସ୍ତ ମଣ୍ଡଳ ସଭାପତି ଙ୍କ ସମେତ ପାଞ୍ଚହଜାରରୁ ଉର୍ଦ୍ଧ ଲୋକ ସାମିଲ ହୋଇଥିଲେ | ଶେଷରେ ତ୍ରୈଲୋକ୍ୟପୁର  ପଞ୍ଚାୟତ ର ଆୟତନ ପଡିଆରେ ଏହି ରୋଡ଼ ସୋ ଶେଷ ହୋଇଥିଲା |
Ad2
Leave A Reply