Odisha news

ଶ୍ରୀରାମ ସେବକ ସଂଘର ଶ୍ରୀ ଶ୍ରୀ ଶ୍ରୀ ୧୦୮ ହନୁମାନ ଚାଳିଶା ପାଠ ଓ ଆଞ୍ଚଳିକ ହିନ୍ଦୁ ସଙ୍ଗଠନ ତରଫରୁ ବାଇକ୍ ରାଲି

0
ନିରାକାରପୁର, ୧୪/୪: ଆଜି ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଶ୍ରୀରାମ ସେବକ ସଙ୍ଘ ତରଫରୁ ରାମ ମନ୍ଦିର ପରିସର ମାରୁତି ମଣ୍ଡପରେ ଆରାଧ୍ୟ ଦେବ ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନ ଜୀଙ୍କ ଜୟନ୍ତୀ ତଥା ଦଶମ ବାର୍ଷିକ ଉତ୍ସବ ସହିତ ଓଡ଼ିଆ ନବ ବର୍ଷ ମହା ବିଷୁବ ପଣା ସଂକ୍ରାନ୍ତି ଅବସରରେ ସାମୁହିକ ଶ୍ରୀ ଶ୍ରୀ ଶ୍ରୀ ୧୦୮ ହନୁମାନ ଚାଳିଶା ପାଠ , ଯଜ୍ଞ ଅନୁଷ୍ଠିତ ହୋଇଛି। ସନ୍ଧ୍ୟାରେ ଭଜନ ସମାରୋହ ସହିତ ଭକ୍ତମାନେ ପ୍ରସାଦ ସେବନ କରିଥିଲେ।  ଏହି କାର୍ଯ୍ୟକ୍ରମରେ ଶ୍ରୀରାମ ସେବକ ସଂଘ ତରଫରୁ ଅମରେନ୍ଦ୍ର ବଡ଼ପଣ୍ଡା,ରାଜେଶ ପ୍ରତିହାରୀ,ନିରାକାର ପ୍ରଧାନ,ରାଜେନ୍ଦ୍ର ସାହୁ,ଟୁଲୁ ରଣବିରୀ , ଶ୍ୟାମ ସୁନ୍ଦର ପଟ୍ଟନାୟକ ଆଦି ପ୍ରମୂଖ ଭୂମିକା ଗ୍ରହଣ କରିଥିଲେେ। ମହା ମଣ୍ଡଳେଶ୍ୱର ମହନ୍ତ ଶ୍ରୀ ଗୋବିନ୍ଦ ଦାସ ମହାରାଜ ଚାଳିଶା ପାଠ କରିଥିଲେ। ସେହିପରି ଆଞ୍ଚଳିକ ହିନ୍ଦୁ ସଙ୍ଗଠନ ତରଫରୁ ଆଜି ଅପରାହ୍ନରେ  ଖୋର୍ଦ୍ଧା ଜିଲ୍ଲା ରାମେଶ୍ବର ଛକଠାରୁ ବିରାଟ ମଟର ସାଇକେଲ ରାଲି ବାହାରିଥିଲା। ଶହ ଶହ ବାଇକରେ ହିନ୍ଦୁ ସଙ୍ଗଠନ ସଦସ୍ୟ ମାନେ ହନୁମାନ ପତାକା ଲଗାଇ ଜୟ ହନୁମାନ ନାରା ଦେଇ ନିରାକାରପୁର ଶେଷ ମୁଣ୍ଡରେ ଥିବା ନୀଳକଣ୍ଠେଶ୍ଵର ଦେବ ଙ୍କ ପୀଠ ପାଖକୁ ଯାଇ ଥିଲେ। ସେଠାରେ ପ୍ରସାଦ ସେବନ କରାଯାଇଥିଲା। ଉଭୟ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗ ଦେଇ ହନୁମାନ ଜୀ ଙ୍କ ପୂଜାପାଠ କରିଥିଲେ। ଆଜି ସାରା ନିରାକାରପୁର ଅଞ୍ଚଳ ଗେଉଆ ରଙ୍ଗ ପତାକା ରେ ବେଶ୍ ଶୋଭା ବର୍ଦ୍ଧନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।ଶ୍ରୀଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ମନ୍ଦିର ପରିସର ରେ ପ୍ରତିଷ୍ଠିତ ହନୁମାନ ଜୀ ବିଗ୍ରହ ସମ୍ମୁଖରେ ୧୦୮ ହନୁମାନ ଚାଳିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ନୀତି ଆୟୋଗ  ସଭାପତି ପ୍ରସନ୍ନ କୁମାର ନନ୍ଦ,  ସଂପାଦକ ପ୍ରମୋଦ କର, କୋଷାଧ୍ୟକ୍ଷ ସୁରେନ୍ଦ୍ର ସାହୁ ,ଉପସଭାପତି ମୀନକେତନ ବେହେରା, ସତ୍ୟବାଦୀ ବଳନ୍ତେ ରାୟ ,ରାମାନାଥ ଦାଶ ବଳରାମ ରାଉତ୍ତରାୟ ଉପସ୍ଥିତ ଥିଲେ ଶ୍ୟାମ ସୁନ୍ଦର ପଟ୍ଟନାୟକ ୧୦୮ ହନୁମାନ ଚାଳିଶା ପାଠ କରିଥିଲେ ।
Leave A Reply