Odisha news

ମଳିପଡା ବିନ୍ଦୁସାଗର କଳସ ୬୫ କେଜି ବର୍ଗର ବଡି ବିଲଡିଂ ଇଭେଣ୍ଟରେ ବ୍ରୋଞ୍ଚ ଲାଭ

0
ନିରାକାରପୁର,୯/୪: ରବୀନ୍ଦ୍ର ଭବନ,ଭାସ୍କୋ – ଗୋଆ ଠାରେ, ଦି ସ୍ପୋର୍ଟ୍ସ ଅଥରିଟି ଅଫ ଗୋଆ ସହଯୋଗୀତାରେ, ଗୋଆ ବଡି ବିଲଡର ଆସୋସେସନ ଦ୍ଵାରା ପ୍ରାୟୋଜିତ, ତ୍ରୟୋଦଶ ଫେଡେରେସନ କପ ୨୦୨୪ (ଏପ୍ରିଲ ୬-୭)ରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ମଳିପଡ଼ା ଗ୍ରାମର ପୂର୍ବତନ ସମିତି ସଭ୍ୟ ଜୟକୃଷ୍ଣ କଳସଙ୍କର କନିଷ୍ଠ ପୁତ୍ର ବିନ୍ଦୁସାଗର କଳସ ୬୫ କେଜି ବର୍ଗର ବଡି ବିଲଡିଂ ଇଭେଣ୍ଟରେ ତୃତୀୟ (ବ୍ରୋଂଚ ପଦକ )ସ୍ଥାନ ହାସଲ କରି, ଆମ ଓଡିଶା ମାଟିକୁ ଗୌରବାନିତ୍ୟ କରିଛନ୍ତି।୬ ଦିନ ପୂର୍ବରୁ ପୁରୀ ଠାରେ ବୀର କଳିଙ୍ଗ ପୁତ୍ର ଆୱାର୍ଡ ପାଇଥିଲେ। ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ତାଙ୍କୁ ଶୁଭେଚ୍ଛା ଜଣାଯାଇଛି। ଏହି ଅବସରରେ ନିଜ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି।
Leave A Reply