Odisha news

କଳା ମୁଗୁନି ପଥର ବୋଝେଇ ଟ୍ରକ ଜବତ: ଡ଼୍ରାଇଭର ଓ ମାଲିକ ଗିରଫ 

0
ନିରାକାରପୁର,୧୨/୩: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଆଇଆଇସି ବିଶ୍ୱଜିତ୍ ରାଉତରାୟ ସଦଳବଳେ ଆଜି ସକାଳ ୯ ଟାରେ ପାଟ୍ରୋଲିଙ୍ଗ ବେଳେ ଗୋଟିଏ ହାଇୱା ଟ୍ରକ୍ ନଂ ଓଡି ୦୨ ସି ଏଫ୍ ୯୩୪୯ କଳା ମୁଗୁନି ପଥର ବୋଝେଇ ହୋଇ ପୁରୀ ଆଡ଼କୁ ଯାଉ ଥିବାବେଳେ ପଦ୍ମପୁର ନିକଟରେ ଅଟକାଇଥିଲେ। ପଥର ପରିବହନ ନିମନ୍ତେ ଆନୁଷଙ୍ଗିକ କାଗଜପତ୍ର ନକଲି  ହୋଇଥିବାରୁ   ପୋଲିସ ଗାଡ଼ିକୁ ଜବତ କରିଥିବାବେଳେ ଡ଼୍ରାଇଭର ଗଡବଡ ପାଟଣାର ବିଶ୍ଵନାଥ ସେନାପତି ଓ ଜଂକିଆ ଥାନା ଅନ୍ତର୍ଗତ ମଳିପଡାର ମାଲିକ ପ୍ରତାପ ବେହେରା  ଙ୍କୁ ଗିରଫ କରିଛି। ନିରାକାରପୁର ଥାନା କେଶ ନଂ ୭୪/୨୪ ରେ ମାମଲା ରୁଜୁ ହୋଇଥିବା ଏସଆଇ ଦିପାଲିଶା ନାୟକ ଜଣାଇଛନ୍ତି।
Leave A Reply