ନିରାକାରପୁର,୨୭/୧: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଗୋଡ଼ିପଡା ଟୋଲ ଗେଟ ନିକଟରେ ଆଜି ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଙ୍କ ମଧ୍ୟରୁ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଟାଙ୍ଗୀ ଥାନା ପଣସପୁର ଗ୍ରାମର ସମୀର କୁମାର ବେହେରା (୩୫) ଓ ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷନଗର ଥାନା ରାଇପଡ଼ା ଗ୍ରାମର ଅଭିମନ୍ୟୁ ବେହେରା (୩୪) ଏକ ବାଇକ ନଂ ଓଡି ୨୫ କେ ୪୩୪୭ ଯୋଗେ ଟାଙ୍ଗୀ ଆଡ଼କୁ ଆସୁଥିବାବେଳେ ଗୋଡ଼ିପଡ଼ା ଟୋଲ ଗେଟ ଆଗକୁ ଏକ ଅଜଣା ଗାଡ଼ି ଅତି ଦୃତ ଗତିରେ ଧକ୍କା ଦେଇ ପଳାଇଯାଇ ଥିଲା। ଫଳରେ ଘଟଣାସ୍ଥଳରେ ସମୀର ମୃତ୍ୟୁ ବରଣ କରିଥିବା ବେଳେ ଗୁରୁତର ହୋଇ ଅଭିମନ୍ୟୁ ଚିକିତ୍ସିତ ହେଉଥିବା ଜଣାପଡିଛି।