Odisha news

ବନମାଳୀପୁର ଡିଗ୍ରୀ କଲେଜରେ ଓଡିଆ ସାହିତ୍ୟ ପ୍ରତିଯୋଗିତା ଉଦଯାପିତ

0
ବାଲିପାଟଣା ୨୪/୦୧ : ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ଡିଗ୍ରୀ କଲେଜରେ ଓଡିଆ ସାହିତ୍ୟ ପ୍ରତିଯୋଗୀତା ଉଦଯାପିତ ହୋଇଯାଇଅଛି।ଏହି ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ କବି ବିପିନ୍ ମହାନ୍ତି ସମ୍ମାନୀତ ଅତିଥି ଭାବରେ କବି ଭଗବାନ ସାହୁ କବି ଅଭିମନ୍ୟୁ ନାୟକ ଯୋଗଦେଇଥିଲେ  । ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ପ୍ରାଧ୍ୟାପକ ଡଃ ଭବାନୀ ଶଙ୍କର ଦାଶ ଯୋଗ ଦେଇଥିଲେ। ଅଧ୍ୟାପକ ସୁଶାନ୍ତ କୁମାର ମହାପାତ୍ର ଅତିଥି ମାନଙ୍କୁ ସ୍ଵାଗତ କରି ମଞ୍ଚକୁ ପାଛୋଟି ନେଇଥିଲେ   । ରଶ୍ମି ରେଖା ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ନୋଡାଲ ଅଫିସର ବବିତା ସାହୁ ଗତ ୧୬ତାରିଖ  ଉଦଘାଟନୀ ଉତ୍ସବ ଠାରୁ କ୍ରମାନ୍ୱୟରେ ହୋଇଥିବା ପ୍ରତିଯୋଗୀତା ଗୁଡ଼ିକର  ବିବରଣୀ ଦେଇଥିଲେ  । ଏଥିରେ ଓଡ଼ିଆରେ – କବିତା ଲିଖନ, କ୍ଷୁଦ୍ରଗଳ୍ପ ଲିଖନ, ବକୃତା, କାହାଣୀ, କବିତା ପାଠ
ଭଜନଗାନ, ସିନେମା ପ୍ରଦର୍ଶନ, ଓଡ଼ିଆ ଖାଦ୍ୟ ପ୍ରସ୍ତୁତି, କୁଇଜ୍, ବ୍ୟାକରଣ ପ୍ରତିଯୋଗିତା, ହସ୍ତାକ୍ଷର ଲିଖନ, ଜଗନ୍ନାଥ ସଂସ୍କୃତି ଉପରେ ଆଲୋଚନା ଚକ୍ର, ଲୋକନୃତ୍ୟ ପ୍ରତିଯୋଗିତା ହୋଇଥିଲା। ଅତିଥିମାନେ ଓଡ଼ିଆ ସାହିତ୍ୟର ଭବିଷ୍ୟତ ଏବଂ ଜଗନ୍ନାଥ ସଂସ୍କୃତି ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସୁଶାନ୍ତ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ  । ସାଂସ୍କୃତିକ କାର୍ଯ୍ୟକ୍ରମରେ ଜଗନ୍ନାଥ ଜଣାଣ ଏବଂ ଲୋକନୃତ୍ୟ ପରିବେଷଣ ପରେ ନାଟକ – ଅଯୋଗ୍ୟ ପୁଅ ଅଭିନିତ ହୋଇଥିଲା  ।ନାଟକଟିକୁ ରଚନା କରିଥିଲେ ଅଧ୍ୟକ୍ଷ ଡ଼ଃ ମୂରଲୀଧର ସାହୁ ନିର୍ଦ୍ଦେଶନା ଦେଇଥିଲେ , କାର୍ଯକ୍ରମ ସଫଳ କରିବାରେ ଅଧ୍ୟାପକ ସନ୍ତୋଷ କୁମାର ଦାଶ, ଡଃ ମନୋଜ କୁମାର ସାହୁ, ଡଃ ସୂର୍ଯ୍ୟ ନାରାୟଣ ପଣ୍ଡା,ଉମେଶ ଚନ୍ଦ୍ର ନାୟକ ଅଧ୍ୟାପିକା ଲକ୍ଷ୍ମୀ ପ୍ରିୟା ଜେନା, ମୋହାମାୟା ମହାପାତ୍ର ରଶ୍ମିତା ପାତ୍ର, ଅଜୟ କୁମାର ମିଶ୍ର, ବାବୁଲି, କାହ୍ନୁ , କୁମୁଦିନୀ ସହଯୋଗ କରିଥିଲେ
Ad2
Leave A Reply