Odisha news

ସୁନା ଚେନ ଲୁଟେରା କୁ ଗ୍ରାମବାସୀ ନିର୍ଦ୍ଧୁମ ଛେଚି ପୋଲିସକୁ ଦେଲେ

0

ନିରାକାରପୁର, ୨୪/୩: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ନୂଆଗଡ ପଞ୍ଚାୟତ ହରିପୁର ଗ୍ରାମରେ ଆଜି ଜଣେ ସୁନା ଚେନ ଲୁଟେରା କୁ ଗ୍ରାମବାସୀମାନେ ଧରି ନିର୍ଦ୍ଧୁମ ଛେଚି ସହ ପୋଲିସ କୁ ହସ୍ତାନ୍ତର କରିଛନ୍ତି। ସୂଚନାଯୋଗ୍ୟ କି ଆଜି ଜଣେ ଯୁବକ ହରିପୁର ଗ୍ରାମର ଜଣେ ମହିଳା ବେକରୁ ସୁନା ଚେନ ଲୁଟ କରି ପଳାଉଥିବା ବେଳେ ମହିଳାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଗୋଡ଼ାଇ ଉକ୍ତ ଯୁବକକୁ କାବୁ କରି ଥିଲେ।ଗ୍ରାମବାସୀ ତାକୁ ନିର୍ଦ୍ଧୁମ ଛେଚି ସହ ତା ଠାରୁ ଏକାଧିକ ଗାଡ଼ି ନମ୍ବର ପ୍ଲେଟ, ଆଧାର କାର୍ଡ ପ୍ରଭୃତି ଦେଖିବାକୁ ପାଇଥିଲେ। ସେମାନେ ଉକ୍ତ ଲୁଟେରା କୁ ପୋଲିସ ଜିମା ଦେଇଛନ୍ତି। ଆସନ୍ତା କାଲି ଯାହା କିଛି ବିଚାର କରାଯିବ ବୋଲି ଜଣାପଡିଛି।

Leave A Reply