ନିରାକାରପୁର,୧୦/୯: ଥାନା ସବ୍ଇନ୍ସପକ୍ଟର ଙ୍କ ଉନ୍ମୁକ୍ତ କାଣ୍ଡ।ଥାନାକୁ ଆସିଥିବା ଜଣେ ଲୋକକୁ ଟେକା ମାରି ମୁଣ୍ଡ ପଠାଇ ଥିବା ଅଭିଯୋଗରୁ ଜଣାପଡିଛି।ସୂଚନାରୁ ଜଣାପଡିଛି ଜଂକିଆ ଥାନାରେ କାର୍ଯ୍ୟ ରତ ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଅତ୍ୟଧିକ ମଦ୍ୟପାନ କରି ଜଣେ ବ୍ୟକ୍ତି ଙ୍କୁ ମାଡ ମାରି ମୁଣ୍ଡ ପଠାଇ ଦେଇଥିବା ସଂମ୍ପର୍କ ରେ ଆହତଙ୍କ ସ୍ତ୍ରୀ ବନିତା ହରିଚନ୍ଦନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ଜଂକିଆ ବାଲିଗାଡିଆ ଗ୍ରାମର ନବକିଶୋର ହରିଚନ୍ଦନ ନିଜର ଜଣେ ସଂମ୍ପର୍କୀୟ ସହିତ କୈ।ଣସି ଏକ କାର୍ଯ୍ୟ ରେ ଥାନାକୁ ଯାଇଥିବା ବେଳେ ଥାନା ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ସହିତ ଯୁକ୍ତିତର୍କ ହୋଇଥିଲା।ସବ୍ଇନ୍ସପେକ୍ଟର ନିରଜଂନ ମହାନ୍ତି ଉତକ୍ଷିପ୍ତ ହୋଇ ଏକ ଟେକାରେ ନବକିଶୋର ମୁଣ୍ଡକୁ ଫୋପାଡ଼ି ଦେବାରେ ନବକିଶୋର ମୁଣ୍ଡ ଫାଟି ଯାଇଥିଲା।ନବକିଶୋର ଖୋର୍ଦ୍ଧା ମେଡ଼ିକାଲ ରେ ଚିକିତ୍ସିତ ହୋଇ ସୁସ୍ଥଥିବା ଜଣାପଡିଛି।ଏନେଇ ଜଂକିଆ ଗ୍ରାମପଞ୍ଚାୟତ ସମିତି ସଭ୍ୟ ଥାନାକୁ ଯାଇ ପଚରାଉଚରା କରି ବୁଝାବୁଝି କରୁଥିବା ବେଳେ ସବ୍ଇନ୍ସପେକ୍ଟର ଜଣଙ୍କ ସମିତି ସଭ୍ୟଙ୍କୁ ମଧ୍ୟ ମାଡ ମାରିଥିଲେ।ଏ ନେଇ ସ୍ଥାନୀୟ ଜଂକିଆ ବାଲିଗାଡିଆ ଲୋକେ ଥାନା ସମ୍ମୁଖରେ ତାଲା ପକାଇ ସବ୍ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାପାଇଁ ପ୍ରତିବାଦ କରିଥିଲେ।ଥାନାରେ ସବ୍ଇନ୍ସପେକ୍ଟର ଜଣଙ୍କୁ ଅଟକ ରଖି ତାଙ୍କ ନାମରେ ଏକ ମାମଲା ରୁଜୁ କରି ଗିରଫ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।ଉତ୍ୟକ୍ତ ଲୋକେ ଥାନା ସମ୍ମୁଖରେ ହୋହାଲା କରି ଥିବା ଜଣାପଡିଛି।ଥାନାରେ କାର୍ଯ୍ୟ ରତ ସବ୍ଇନ୍ସପେକ୍ଟରଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟ ଲୋକେ ନାପସନ୍ଦ କରି ଥିବା ବେଳେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।