Odisha news

ସରକାରୀ ଜମିକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣାରେ ୩ ଜଣ ଗିରଫ

0

ନିରାକାରପୁର,୪/୯- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଓଳସିଂହ ପଞ୍ଚାୟତ ଡମଣଭୂମି ଗ୍ରାମରେ ସରକାରୀ ଜମିକୁ କେନ୍ଦ୍ର ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ସୂଚନାଯୋଗ୍ୟ କି ଗ୍ରାମର ପ୍ରିୟବ୍ରତ ଭୋଳ ଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ସେ ତାଙ୍କ କୋବଲା ଜାଗା ସମ୍ମୁଖରେ ଥିବା ସରକାରୀ ଜାଗାକୁ ଏନକ୍ରୋଚ କରିଥିଲେ। କିନ୍ତୁ ଗ୍ରାମର ସନ୍ତୋଷ ଭୋଳ ଜବରଦସ୍ତି ଆସି ଉକ୍ତ ଜାଗାରେ ଗଛ ଲଗାଇବାରୁ ସେ ଏହାର ପ୍ରତିବାଦ କରିଥିଲେ। ପରେ ସନ୍ତୋଷ ଭୋଳ ଓ ତାଙ୍କ ପରିବାର ଲୋକେ ଗାଳି ଗୁଲଜ କରିଥିଲେ। ପ୍ରିୟବ୍ରତ ର ଲିଖିତ ଅଭିଯୋଗ ଅନୁଯାୟୀ ସନ୍ତୋଷ ଭୋଳ ଏବଂ ପରିବାର ଲୋକ ଏକ ଖଣ୍ଡା ଆଣି ଥିବାବେଳେ ଓ ମାଉଜର ଗୋଟିଏ ଗୁଳି ଫୁଟାଇ ଥିଲେ ବି କିଛି କ୍ଷତି ଘଟି ନଥିଲା। ତାକୁ କିଛି ଲୋକ କାବୁ କରିଥିବା ବେଳେ ସେ ମାରଣାସ୍ତ୍ର ପକାଇ ପଳେଇଥିଲା। ଖବର ପାଇ ଜଂକିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ମାଉଜର, ୪ ଟି ଜୀବନ୍ତ ଗୁଳି ଓ ଏକ ଖଣ୍ଡା ଜବତ କରିଥିଲା। ୨୯୨/୨୩ ରେ ମାମଲା ରୁଜୁ କରି ପୋଲିସ ଆଜି ଡମଣଭୁମି ଗ୍ରାମର ବୈଦେହୀ ଭୋଳ, ସରୋଜିନୀ ଭୋଳ ଓ ବୈକୁଣ୍ଠ ଭୋଳକୁ ଗିରଫ କରିଥିବା ଜଂକିଆ ଥାନା ନିରିକ୍ଷକ ସୂଚନା ଦେଇଛନ୍ତି।

Leave A Reply