ନିରାକାରପୁର,୯/୮: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଛିମା ଅଞ୍ଚଳ ରୁ ଆଜି ଜଂକିଆ ପୋଲିସ ଚଢ଼ଉ କରି ଦୁଇଟି ଚୋରା ଚାଲାଣ ହେଉଥିବା ପଥର ବୋଝେଇ ଟ୍ରକ ଜବତ କରିଛି। ଦୁଇଟି ଗାଡି ନଂ ଓଆର୍ ୦୨ ବିଇ ୧୭୪୦ ଓ ଗାଡି ନଂ ଓଡି ୨୫ ସି ୪୧୦୯ ଗାଡ଼ିରେ ଚ୍ଛିମା ଅଞ୍ଚଳ ବେଆଇନ ଖଣିରୁ ଚୋରା ମାଙ୍କଡ଼ା ପଥର ଚାଲାଣ ବେଳେ ଜଂକିଆ ପୋଲିସ ଚଢ଼ଉ କରି ଗାଡ଼ିକୁ ଜବତ କରି ଥିବା ବେଳେ ଚାଳକ ଫେରାର ହୋଇ ଯାଇଛନ୍ତି।