Odisha news

ମୁକ୍ତାକାଶରୁ  କଏଦୀ ଫେରାର

0
ବାରଙ୍ଗ : ଜାମୁଝରିସ୍ଥିତ ବିଜୁପଟ୍ଟନାୟକମୁକ୍ତାକାଶ କାରାଶ୍ରମରୁ ମଙ୍ଗଳବାରରାତିରେ ଜଣେ କଏଦୀ ଫେରାର ହୋଇଯାଇଥବାର ଜଣାପଡିଛି ।ଫେରାର ହୋଇଯାଇଥିବା କଏଦୀ ହେଉଛନ୍ତି ସମ୍ବଲପୁର ଜେଲରୁ ଏଠାକୁ ଆସିଥିବା ଅଭିରାମଦାସ ।ଅଭିରାମ ଫେରାର ହୋଇଯାଇଥିବାର ବୁଧବାର ସକାଳେ ଜଣାପଡିବାପରେ ଜେଲ କର୍ତୁପକ୍ଷ ଚନ୍ଦକାଥାନାରେ ଲିଖିତ ଅଭିଯୋଗ କରିଥିବାର ଜଣାପଡିଛି ।ଏହି କଏଦୀ ଫେରାର ହୋଇଯିବାପରେ ମୁକ୍ତାକାଶରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀମାନଙ୍କ ସଂଖ୍ୟାହ୍ରାସ ପାଇ ୩୫ରେ ପହଁଚିଛି ।ତେବେ ବିଶେଷସୁତ୍ରରୁ ଜଣାପଡିଛି ଯେ,ମୁକ୍ତାକାଶ କାରାଶ୍ରମ କାର୍ଯ୍ୟକ୍ଷମ ହେବାପରଠାରୁ ଆଜି ପର୍ଯ୍ୟନ୍ତ ୫୧ଜଣ କଏଦୀ ଏଠାରୁ ଫେରାର ହୋଇଯାଇଛନ୍ତି ।
Nalco
Leave A Reply