Odisha news

କେନ୍ଦୁପତ୍ର ତୋଳାଳୀ ଶୋଷଣ ର ଶିକାର  :  ବୋନସ ଟଙ୍କା କମିଛି ଓ ସହାୟତା ରାଶି ମିଳୁନି।

0
ନୂଆପଡ଼ା-୮/୫ (ସୁରେନ୍ଦ୍ର ତିୱାରୀ) ରାଜ୍ୟ ସରକାର ଦିନକୁଦିନ କେନ୍ଦୁପତ୍ର ନୀତି ନିୟମ ରେ ପରିବର୍ତ୍ତନ ଯୋଗୁଁ କେନ୍ଦୁପତ୍ର ତୋଳାଳୀ ପ୍ରଭାବିତ ହୋଇ କ୍ଷୟକ୍ଷତି ର ଶିକାର ହେଉଥିବା ରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଡିଆଲ କେନ୍ଦୁଲିପ ଡିଭିଜନ ଅଧିନ ସିନାପାଲି କେନ୍ଦୁଲିପ କାର୍ଯ୍ୟାଳୟ ଅଧିନ ରେ ଥିବା ବିଭିନ୍ନ ଗ୍ରାମାଞ୍ଚଳ ରେ କେନ୍ଦୁପତ୍ର ତୋଳାଳୀ ଙ୍କୁ ସଠିକ ସମୟ ରେ ଚପଲ, ଛତା, ପାଣି ବୋତଲ ଓ ବୋନସ ସରକାରୀ ସହାୟତା ମିଲୁନଥିବା ଅଭିଯୋଗ ହେଉଛି। ସିନାପାଲି କେନ୍ଦୁଲିପ ଅଧିନ ଟଙ୍କାମାଳ ଗ୍ରାମର କେନ୍ଦୁପତ୍ର ତୋଳାଳୀ ଏହାର ଅଭିଯୋଗ କରି ସିଧାସଳଖ ପୂର୍ବ ସରକାର ଙ୍କୁ ପ୍ରସଂଶା କରି ବର୍ତ୍ତମାନ ର ଡବଲ ଇଞ୍ଜିନ ସରକାର ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ଅଭିଯୋଗ ଅନୁସାରେ କେନ୍ଦୁପତ୍ର ତୋଳାଳୀ ଙ୍କୁ କେନ୍ଦୁପତ୍ର ତୋଳିବା ଆଗରୁ ଚପଳ, ଛତା ଓ ପାଣି ବୋତଲ ବାବଦକୁ ସରକାରୀ ସହାୟତା ମିଲିବା କଥା। ହେଲେ କେନ୍ଦୁପତ୍ର ସଂଗ୍ରହ କାର୍ଯ୍ୟ ସରିବାକୁ ବସିଲାଣି ଏପର୍ଯ୍ୟନ୍ତ ତୋଳାଳୀଙ୍କୁ ସେହି ସରକାରୀ ସହାୟତା ମିଲି ନଥିବା ତୋଳାଳୀ ମାନେ ଅଭିଯୋଗ କରିଛନ୍ତି। ଯାହା ଫଳ ରେ କେନ୍ଦୁପତ୍ର ତୋଳାଳୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ହଇରାଣ ହେବା ସାଙ୍ଗ କୁ କ୍ଷୟକ୍ଷତି ରେ ପଡୁଥିବା ଅସନ୍ତୋଷ ପ୍ରକଟ କରିଛନ୍ତି। ପତ୍ର ତୋଳାଳୀ ଙ୍କୁ  ବିିିଭିନ୍ନ  ଯୋଜନା ରୁ ସରକାରୀ ସହାୟତା ସହ ବୋନସ ଟଙ୍କା ମଧ୍ୟ ମିଳେ ହେଲେ ପୂର୍ବ ସରକାର ଥିଲାବେଳେ ଏକ ଶହ ଟଙ୍କା ବୋନସ ମିଲୁଥିଲା ବେଳେ ବର୍ତ୍ତମାନ ର ସରକାର ମାତ୍ର ୨୫ ଟଙ୍କା ପ୍ରଦାନ କରୁଥିବାରୁ ତୋଳାଳୀ ମାନେ ନିଜର ଦୁଃଖ ପ୍ରକାଶ କରି ଅଭିଯୋଗ କରିଛନ୍ତି। ସେହିପରି ସିନାପାଲି ଅଞ୍ଚଳ ର କେନ୍ଦୁପତ୍ର ତୋଳାଳୀ ପାସ ବହି  ପ୍ରଦାନ ରେ ମୁନସିମାନେ ଅନିୟମିତତା କରି ତୋଳାଳୀ ଙ୍କ ଠାରୁ ଉକ୍ତ ବହି ବାବଦକୁ ଟଙ୍କା ଆଦାୟ କରୁଥିବା ତୋଳାଳୀମାନେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ ଅଦିନିଆ ବର୍ଷା ଯୋଗୁ କେନ୍ଦୁପତ୍ର ଓଦା ହୋଇ କ୍ଷୟକ୍ଷତି ହେଉଥିବା ଜଣାପଡିଛି। ପ୍ରାପ୍ତ ଖବର ଅନୁସାରେ ସିନାପାଲି କେନ୍ଦୁଲିପ ରେ ଚଲିତ ବର୍ଷ ଫାଲ ଫଡି ଭାବେ ୧୦ ଟି ରହିଥିବା ବେଳେ ସେହି ଫଡି ରୁ କେନ୍ଦୁପତ୍ର କମ୍ପାନୀ ଉଠାଉଛି ଏବଂ ପ୍ରୋସେସ୍ ଫଡି ଭାବେ ୪୩ ଗୋଟି ରହିଥିବା ବେଲେ ସେହି ଫଡି କେନ୍ଦୁପତ୍ର ଉକ୍ତ ବିଭାଗ ପକ୍ଷରୁ  ସିଧାସଳଖ ସରକାର ନେଉଥିବା ସୁଚନା ମିଲିଛି। ଏନେଇ ସିନାପାଲି କେନ୍ଦୁ ଲିପ ଅଧିକାରୀ ଙ୍କୁ ପଚାରିବାରୁ  ଚପଲ ଛତା ପାଣି ବୋତଲ ବାବଦକୁ ଯେଉଁ ସରକାରୀ ସହାୟତା ମିଲୁଛି। ତାହା ଉଚ୍ଚ ଅଧିକାରୀ ଙ୍କ ନିର୍ଦ୍ଧେଶରେ ସବୁ ହେଉଛି। ଉଚ୍ଚ ଅଧିକାରୀ ଯାହା କହିବେ ତାହା କରାଯିବ। ଏବଂ ପାସ ବହି କୁ ନେଇ ବିଭିନ୍ନ ଆଲୋଚନ ହେଉଥିବା ରୁ  ଉକ୍ତ କାର୍ଯ୍ୟାଳୟ ରେ ତୋଳାଳୀ ଙ୍କୁ ଡାକି ପ୍ରଦାନ କରାଯାଉଥିବା କହିଛନ୍ତି। ଆଗାମୀ ଦିନରେ ସରକାରୀ ସହାୟତା ଠିକ୍ ସମୟରେ ନମିଲିଲେ ରାଜରାସ୍ତାକୁ ଓହ୍ଲାଇ ତୋଳାଳୀ ମାନେ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି। ଉପରୋକ୍ତ ସମସ୍ୟା ଏକ ଉଦାହରଣ ମାତ୍ର ଏଭଳି ଜିଲ୍ଲା ର ଅନେକ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ରେ ସମସ୍ୟା ମୁଣ୍ଡ ଟେକି ରହିଛି ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣ ରେ ଦାବୀ ହେଉଛି।
Leave A Reply