Odisha news

ଲେଉଟିଲା ଆମ୍ବ ବୋଝେଇ ପିକଅପ ଭ୍ୟାନ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

0
ନିରାକାରପୁର,୧୮/୬: ୧୬ନମ୍ବର ଜାତୀୟ ରାଜପଥ ବଡପୋଖରୀଆ ନିକଟରେ ଓଳଟିଲା ଆମ୍ବ ବୋଝେଇ ପିକଅପ ଭ୍ୟାନ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର। ଗାଡି ନଂ ଓଡି୦୭-କ୍ୟୁ-୬୧୭୦ ନମ୍ବର ପିକ୍ଅପ ଭ୍ୟାନଟି ବିଶାଖାପାଟଣା ରୁ ଆମ୍ବ ନେଇ ଯାଜପୁର ରୋଡ ଯାଉଥିବା ବେଳେ ବଡପୋଖରିଆ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଗାଡିରେ ଥିବା ଆମ୍ବଗୁଡିକ ନଷ୍ଟ ହୋଇଥିବା ବେଳେ କେତେକ ଆମ୍ବ ଲୋକେ ବୋହି ନେଇ ଯାଇଛନ୍ତି। ଘଟଣା ସ୍ଥଳରେ ଜାତୀୟ ରାଜପଥ ପେଟ୍ରୋଲିଂ ଟିମ ପହଞ୍ଚି କ୍ରେନ ସାହାଯ୍ୟ ରେ ଗାଡିଟିକୁ ଉଠାଇଛନ୍ତି। ଗାଡିଟି ଭାଗିଂ ରୁଜି ନଷ୍ଟ ହୋଇଥିବା ଜଣାପଡିଛି।
Leave A Reply