Odisha news

ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର ଲୁଟ ଘଟଣା : ଜଣେ ଗିରଫ

0
ନିରାକାରପୁର,୧୮/୬: ଗତ ୨ ତାରିଖରେ ନିରାକାରପୁରରେ ଜଣେ ଅଳଙ୍କାର ବ୍ୟବସାୟୀଙ୍କ ଠାରୁ ହୋଇଥିବା ଲୁଟ ଘଟଣା ରେ ଜଣେ ଗିରଫ ହୋଇଥିବାବେଳେ ଲୁଟ ହୋଇଥିବା ରୂପା ଅଳଙ୍କାର ଜବତ କରି ବ୍ୟବସାୟୀ ସନ୍ତୋଷ ନାୟକଙ୍କ ପୋଲିସ ଜିମା କରିଛି। ପ୍ରକାଶ ଥାଉକି   ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା କୋଲସାହି ନିକଟ ଗୋଳାପୋଖରୀ ଠାରେ ଗତ ୨ ତାରିଖରେ ପୂର୍ବାହ୍ନରେ ନିରାକାରପୁର ର ଗହଣା ବ୍ୟବସାୟୀ ସନ୍ତୋଷ କୁମାର ନାୟକ ତାଙ୍କ ସ୍କୁଟିରେ ବ୍ୟବସାୟ ଉଦ୍ଦେଶ୍ୟ ରେ ଯାଉଥିବା ବେଳେ ଉକ୍ତ ଯାଗାରେ ଦୁଇଜଣ ଯୁବକ ଏକ କଳା ପଲସର ରେ ଆସି ତାଙ୍କୁ ଅଟକାଇ ଏକ ଖଣ୍ଡାରେ ଆକ୍ରମଣ କରି ରୂପା ଅଳଙ୍କାର ବ୍ୟାଗ ଟି ଛଡାଇ ନେଇଥିଲେ।  ବ୍ୟାଗରେ ମୁଲ୍ୟବାନ ରୂପା ପାଉଁଜି, ଝୁଣ୍ଟିଆ ସମେତ ଏକ ୧୫ ଲକ୍ଷ ଟଙ୍କା ର ବାକି ଖାତା ଥିଲା ବୋଲି ପଡ଼ିଥିଲା। ସୂଚନାରୁ ଜଣାପଡିଛି ଗଞ୍ଜାମ ଜିଲ୍ଲା ଆସ୍କା ର ଡି ଗାନ୍ଧୀ ଓ ଆଉ ଜଣେ ଯୁବକ ଏହି କାଣ୍ଡ ଘଟାଇ ଫେରାର ହୋଇ ଉକ୍ତ ଲୁଟ ଅଳଙ୍କାର କୁ ଆସ୍କା ର ଅଳଙ୍କାର ବ୍ୟବସାୟୀ କେଦାରନାଥ ସାହୁଙ୍କ ବିକ୍ରି କରିଥିଲେ। କିଛି ଦିନ ତଳେ କିଛି ଚୋରୀ ମାମଲାରେ ବ୍ରହ୍ମପୁର ଟାଉନ ଥାନା ପୋଲିସ ଡି ଗାନ୍ଧୀ କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ସେ ନିରାକାରପୁର ରୁ ଲୁଟ କରିଥିବା ମାନି ଥିଲା। ନିରାକାରପୁର ପୋଲିସ ଏହାକୁ ଆଧାର କରି ଚୋରୀ ଜିନିଷ କିଣି ଥିବା ଅଭିଯୋଗରେ କେଦାରନାଥ ଙ୍କୁ ଗିରଫ କରିବ ସହ ଉଦ୍ଧାର ଜିନିଷକୁ ସନ୍ତୋଷ କୁ ଫେରସ୍ତ କରିଥିବା ଜଣାପଡିଛି। ଉକ୍ତ ଲୁଟ ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି।

Leave A Reply