Odisha news

୧୬ ନଂ ଜାତୀୟ ରାଜପଥ ମଳିପଡା ଛକ ନିକଟରେ ଦୁର୍ଘଟଣା : ଜଣେ ଆହତ

0
ନିରାକାରପୁର, ୧୫/୪/-୧୬ ନଂ ଜାତୀୟ ରାଜପଥ ମଳିପଡ଼ା ଛକ ନିକଟରେ ମଟର ସାଇକେଲ ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି । ଆହତ ଙ୍କୁ ଜାତୀୟ ରାଜପଥ ପାଟ୍ରୋଲିଂ କର୍ମଚାରୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲ ପଠାଇଛନ୍ତି। ସୂଚନାରୁ ଜଣାପଡିଛି ଜଣେ ବ୍ୟକ୍ତି ବହ୍ମପୁର ରୁ ଏକ ହିରୋ ଡିଲକ୍ସ ଓଡି ୩୨ ଏଫ ୯୯୩୫ ନଂ ବାଇକରେ ଭୁବନେଶ୍ୱର ଯାଉଥିବା ବେଳେ କୌଣସି କାରଣରୁ ମଳପଡା ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ଆହତ ବ୍ୟକ୍ତିଙ୍କ ପରିଚୟ ମିଳିନଥିବା ବେଳେ ଘଟଣାସ୍ଥଳରେ ଜଂକିଆ ପୋଲିସ ପହଞ୍ଚି ବାଇକ କୁ ଜବତ କରିବା ସହ ତଦନ୍ତ ଚଳାଇଛି।
Nalco
Leave A Reply