ଆଠଗଡ଼:୧୫-୪-୨୦୨୩ ଆଠଗଡ଼ ଥାନା ସମ୍ମୁଖରେ ଏକ ବାଇକ ଆରୋହୀଂକ ଉପରେ ଚଢିଗଲା ମାଲବାହୀ ଟ୍ରକ ଘଟଣାସ୍ଥଳରେ ଗୁରୁତର ଆହତ ହୋଇଥିବା ରାଧାବଲ୍ଲଭ ପୁର ଗ୍ରାମର ଦୁଷ୍ମନ୍ତ ବେହେରା ୩୩ ଙ୍କୁ ପ୍ରଥମେ ଆଠଗଡ଼ ଡ଼ାକ୍ତରଖାନା ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।ବାଇକ ଟି ଦୁର୍ଘଟଣା ସ୍ଥଳରେ ରାସ୍ତା କଡ଼ରେ ପଡ଼ିଥିବା ବେଳେ ଟ୍ରକ ଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଆଠଗଡ଼ ଟ୍ରାଫିକ ସମସ୍ୟାର ଏକ ନଗ୍ନ ଚିତ୍ର ଉପସ୍ଥାପନ କରୁଛି।ଆଠଗଡରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି ବିଶେଷ କରି ସଂଧ୍ୟା ସମୟରେ ଥାନା ସମ୍ମୁଖ ଦୁର୍ଗା ବଜାର ଓ ଚାନ୍ଦବାଲି ଛକ ବଜାରରେ ଗାଡ଼ି ଚାଳନା ମାନେ ମନଇଛା ଗାଡ଼ି ପାର୍କିଂ କରୁଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ଜଣାପଡ଼ିଛି।