ନିରାକାରପୁର, ୪/୧: ନୂଆ ଜଗନ୍ନାଥ ସଡ଼କର ଉନ୍ନତିକରଣ ପାଇଁ ଟେଣ୍ଡର ହୋଇ ଜଣେ ଠିକାଦାର କାର୍ଯ୍ୟାଦେଶ ପାଇଲେ। କିନ୍ତୁ ତରବରିଆ ଭାବେ ଅଧିକ ଲାଭ ଖାଇବା ଆଶାରେ ରାତି ଅନ୍ଧାରେ ରାସ୍ତାରେ ପିଚୁ କାର୍ଯ୍ୟ କରିବା ପଡ଼ିଲା ମାହାଙ୍ଗା। ଏ ଦଶା କୁ ସେ ଦଶା ବଳିଗଲା । କାର୍ଯ୍ୟ ପାଇଁ ବିନିଯୋଗ ହୋଇଥିବା ପିଚୁ ମିଶା ଚିପସ୍ ନିମ୍ନମାନର ହୋଇଥିବାରୁ କାର୍ଯ୍ୟ ୨ ଘଣ୍ଟା ନ ପୁରୁଣୁ ରାସ୍ତା ଉପରେ ଚିପିସ୍ ଅଲଗା ହୋଇ ଯାଇ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଏବେ କାର୍ଯ୍ୟ ହେବ ଦିନଠାରୁ ପ୍ରତ୍ୟେକ ଦିନ ଛୋଟମୋଟ ଦୁର୍ଘଟଣା ଘଟିଛି ଓ ଲୋକେ ଖଣ୍ଡିଆ ଖାବରା ହେଉଛନ୍ତି। ଏହି ପରି ଘଟଣା ଘଟିଛି ନୂଆ ଜଗନ୍ନାଥ ସଡ଼କ ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ କଣାସ ବ୍ଲକ୍ ପାଟ୍ଟଯୋଶୀପୁର ଠାରୁ ରାଇଗରପୁର ପର୍ଯ୍ୟନ୍ତ ୧ କିଲୋମିଟର ରାସ୍ତା ଉପରେ। ଏହି ରାସ୍ତାର ରାମେଶ୍ବର ପର୍ଯ୍ୟନ୍ତ ଉନ୍ନତି କରଣ ପାଇଁ ପାଇଥିବା ଠିକାଦାର କୌଣସି ନାମ ଫଳକ ନ ଦର୍ଶାଇ ଖୋର୍ଦ୍ଧା ଡିଭିଜନର ଶେଷ ଭାଗ ପଟରୁ ତରବରିଆ ଭାବେ ୫/୬ ଦିନ ତଳେ ରାତିରେ ରାସ୍ତାକୁ ସଫା ନ କରି ଓ ପ୍ରାଇମର ନ ଦେଇ ନିମ୍ନମାନର ପିଚୁ ମିଶା ଗୋଡ଼ି ପକାଇ କାର୍ଯ୍ୟ କରିବା ଫଳରେ ତା ପରଦିନ ସକାଳୁ ଉକ୍ତ ଗୋଡ଼ି ରାସ୍ତାରୁ ଉଠି ଯାଇଥିଲା। ଏ ସମ୍ବନ୍ଧରେ ଲୋକେ ଅଭିଯୋଗ କରିବା ପରେ ବିଭାଗୀୟ ଅଧିକାରୀ ମାନେ କାର୍ଯ୍ୟ ରାତିରେ କରିବାକୁ ମନା କରିଥିଲେ ଓ ହେଉ ନିମ୍ନ ମାନର କାର୍ଯ୍ୟ ହେଉଛି ତାହାକୁ ବନ୍ଦ କରି ପୁନର୍ବାର ଉତ୍ତମ ମାନର ଜିନିଷ ଲଗାଇ ଭଲ କାର୍ଯ୍ୟ କରିବାକୁ ତାଗିଦ୍ କରିଥିବା ଜଣାଇଛନ୍ତି ବୋଲି କହିଛନ୍ତି। ଦୈନଦିନ ଦୁର୍ଘଟଣା ଘଟୁଥିବାରୁ ଏହା ତୁରନ୍ତ ମରାମତି ପାଇଁ ଦାବି କରାଯାଇଛି। ବିଭାଗୀୟ ଅଧିକାରୀ ମାନେ ନ ଜାଣି କିପରି ଠିକାଦାର କାର୍ଯ୍ୟ ଆରମ୍ଭ କରୁଛନ୍ତି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।