ନିମାପଡ଼ା : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ ନିମାପଡ଼ା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ କାକଟପୁର ଥାନା ଅଧୀନ ବାଲିଶିରିଆ ଗ୍ରାମର ଜଳେଶ୍ୱରୀ ମନ୍ଦିର ସାମ୍ନାରୁ ଚଢ଼ାଉ କରି ଜଣଙ୍କ ଠାରୁ ୧୬କେଜି ଗଞ୍ଜେଇ ଜବତ କରିଛନ୍ତି । ଜବତ ଚୋରା ଗଞ୍ଜେଇ ବେପାରୀ ପ୍ରକାଶ ସାହୁ (୪୬) ନାମକ ବ୍ୟକ୍ତିଙ୍କୁ ଗିରଫ କରିବା ସହିତ ନିମାପଡା ଅବକାରୀ ଥାନା କେସ ନଂ :- ୧୬୧/୨୩-୨୪ ରେ କୋର୍ଟ ଚାଲାଣ କରାଯାଇଥିଲା । ପ୍ରକାଶଙ୍କ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଇ ଦିଆଯାଇଛି ।ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୧,୬୦,୦୦୦ ଟଙ୍କାରୁ ଉର୍ଦ୍ଧ ହେବ । ଏହି ଚଢ଼ାଉରେ ଅବକାରୀ ଏସ୍.ଆଇ ଜିତେନ୍ଦ୍ର କୁମାର ବେହେରା,କର୍ମଚାରୀ ତପନ କୁମାର ପ୍ରଧାନ ,ସ୍ୱାଗତିକା ଘେଡଇ ପ୍ରମୁଖ ସାମିଲ ଥିଲେ