Odisha news

ବାଲି ମକର ମେଳା ଉଦଘାଟିତ : ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ କଲେ ଧାଡ଼ି ଦର୍ଶନ

0
ବଡ଼ମ୍ବା ୧୫/୦୧- ବଡ଼ମ୍ବା ପ୍ରସିଦ୍ଧ ସିଂଘନାଥ ପୀଠ ପରିସରରେ ଉଦଘାଟନ ହୋଇ ଯାଇଛି ବାଲି ମକରମେଳା | ଏହା ସହ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରଭୁ ସିଂଘନାଥଙ୍କ ଦର୍ଶନ ଲାଭ କରିବା ସହ ମେଳା ବୁଲି ଥିଲେ | ପ୍ରାତଃ ସମୟରେ ପ୍ରଭୁ ସିଂଘନାଥଙ୍କ ମଙ୍ଗଳାର୍ପଣ, ସୂର୍ଯ୍ୟପୂଜା ସହ ସ୍ୱତନ୍ତ୍ର ପୂଜା ସମ୍ପର୍ଣ୍ଣ ହେଵା ପରେ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା |ଏହି ମକରମେଳା ଓ ଦିଅଁ ଦର୍ଶନ କରିବା ଉଦ୍ଦେଶ୍ୟରେ ବଡ଼ମ୍ବା ସମେତ ନରସିଂହପୁର, ତିଗିରିଆ, ବାଙ୍କୀ, ବୈଦେଶ୍ଵର, ଢେଙ୍କାନାଳ ଆଦି ଅଞ୍ଚଳର ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା | ଗତବର୍ଷର ଅଘଟଣକୁ ଦୃଷ୍ଟିରେ ରଖି ପ୍ରଶାସନିକ ସ୍ତରରେ ଟି-  ସେତୁ ସଲଗ୍ନ ରାସ୍ତା ଏବଂ ସମ୍ପୂର୍ଣ ମନ୍ଦିର ଚତୁର୍ପାଶ୍ୱରେ କଡ଼ା  ବ୍ୟାରିକେଟ ବ୍ୟବସ୍ଥା କରାଯିଇ ଥିବା ଦେଖିବାକୁ ମିଳିଥିଲା | ସ୍ଥିତି ତଦାରଖ ପାଇଁ ଘଟଣା ସ୍ଥଳରେ ଜିଲ୍ଲା ଗ୍ରାମାଞ୍ଚଳ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ଉପସ୍ଥିତ ଥିବା ସହ ୬ ପ୍ଲାଟୁନ ଗୃହରକ୍ଷୀଙ୍କ ସମେତ ମୋଟ ୧୧ ପ୍ଲାଟୁନ ଫୋର୍ସ ମୁତୟନ ରହିଥିଲେ | ବଡ଼ମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର ଦିଅଁ ଦର୍ଶନ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ତଥା ଦେବୋତ୍ତର ଅଧିକାରୀ ଶାଶ୍ୱତ ରଞ୍ଜନ ଦାଶଙ୍କ ସମେତ ବଡ଼ମ୍ବା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ୱନାଥ ଆଧେକ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ରବୀନ୍ଦ୍ର କୁମାର ମଲ୍ଲିକ, ବଡ଼ମ୍ବା ଥାନା ଅଧିକାରୀ ଶିବ ପ୍ରସାଦ ଭଦ୍ର, ବୈଦେଶ୍ଵର ଥାନା ଅଧିକାରିଣୀ କାଦମ୍ବିନୀ ପରିଡ଼ା ଅଗ୍ନିଶମ ଅଧିକାରୀ ନବଘନ ମଲ୍ଲିକ ପ୍ରମୁଖ ପ୍ରତ୍ୟକ୍ଷ ତଦାରଖ କରୁଥିଲେ |

Leave A Reply