Odisha news

ନୀଳଗିରି : କୃଷକ ସଭା ତରଫରୁ ଦାବିପତ୍ର ପ୍ରଦାନ

0

ନୀଳଗିରି-୦୪/୦୯ : ଅଖିଳ ଭାରତ କୃଷକ ସଭା ତରଫରୁ ନୀଳଗିରି ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ୯ଦଫା ସମ୍ବଳିତ ଏକ ଦାବିପତ୍ର ନୀଳଗିରି ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । କୃଷକନେତା ଅନିରୁଦ୍ଧ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ କୃଷକ ସଭାର ନୀଳଗିରି ସଭାପତି ବିଜୟ କୁମାର ସହ, ସିପିଆଇର ଜିଲ୍ଲା ସମ୍ପାଦକ ନରଂଜନ ବାରିକ ପ୍ରମୁଖ ବ୍ୟକ୍ତବ୍ୟ ରଖିଥିଲେ । ଷଣ୍ଢ ଓ ହାତୀମାନଙ୍କ ଯୋଗୁଁ ଧାନ ଫସଲ ନଷ୍ଟ ହେଉଥିବା, ସରକାରଙ୍କ ପକ୍ଷରୁ ଆସିଥିବା ୫୦ଲକ୍ଷ ଟଙ୍କା ମଧ୍ୟରୁ ଗୋଶାଳା ନିର୍ମାଣ କରିବା ହାତୀ କରିଡ଼ର ଅଞ୍ଚଳରେ ପ୍ରତ୍ୟେକ ବିଟ୍ରେ ୨୦ଜଣ ବନରକ୍ଷୀ ନିଯୁକ୍ତି କରିବା, ସୋଲାର ଫିସିଂ ତାରବାଡ଼ କରିବା ପୂର୍ବରୁ ଅସ୍ଥାୟୀ ଭାବରେ ରିର୍ଜଭ ପୁଲିସ ଦ୍ୱାରା ହାତୀଙ୍କୁ ଜଙ୍ଗଲ ଭିତରକୁ ଘଉଡ଼ାଇବା ବ୍ୟବସ୍ଥା କରାଯିବା ଆଦି ୭ଗୋଟି ଦଫା ସମ୍ବଳିତ ଦାବିକୁ ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ନୀଳଗିରି ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠୀ,ନିଜଗଡ଼ ସେବା ସମବାୟ ସମିତି ସଭାପତି ରାମଚନ୍ଦ୍ର ଦାସ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଭୋଳାନାଥ ମାଝି ,ହରେକୃଷ୍ଣ ପଣ୍ଡିତ,ନିହାର ଜେନା, ଦୀପକ ନାୟକ, ବିଦ୍ୟାଧର ବେହେରା, ବାସନ୍ତୀ ନାୟକ, ଗାୟତ୍ରୀ ପଣ୍ଡା, ମଂଜୁଲତା ବେହେରା,ଦେବେନ୍ଦ୍ର ବେହେରା, ଦିଲ୍ଲୀପ ରାଉତ, ମନୋଜ ସିଂଙ୍କ ସମେତ ଶତାଧିକ ·ଷୀ ଏହି ବିକ୍ଷୋଭରେ ଯୋଗଦାନ କରିଥିଲେ ।

Leave A Reply