Odisha news

ନିଖିଳ ଓଡ଼ିଶା ଟେଣ୍ଟ ହାଉସ୍‍ ମାଲିକ ଓ ସପ୍ଲାୟର୍ସ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ସହାୟତା

0

ଭୁବନେଶ୍ୱର : କରୋନା ଭୂତାଣୁ ମୁକାବିଲା ପାଇଁ ନିଖିଳ ଓଡ଼ିଶା ଟେଣ୍ଟ ହାଉସ୍‍ ମାଲିକ ଓ ସପ୍ଲାୟର୍ସ ସଂଘ, ଭୁବନେଶ୍ୱର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛିା

ସଂଘର ସଭାପତି ଶ୍ରୀ ଦ୍ୱାରିକାନାଥ ପଣ୍ଡା, ସଂଘର ଅନ୍ୟ କାର୍ଯ୍ୟକାରୀ କର୍ମକର୍ତ୍ତାଙ୍କ ସହିତ ରାଜ୍ୟ ଜଳସଂପଦ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କୁ ତାଙ୍କ ସରକାରୀ ବାସଭବନରେ ସାକ୍ଷାତ କରି ୪ ଲକ୍ଷ ଟଙ୍କାର ଏକ ଚେକ୍‍ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠି ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତିା ଏହି ଅର୍ଥ ରାଶି ଗ୍ରହଣ କରି ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, କରୋନା ମହାମାରୀ ବିଶ୍ୱରେ ବିଭୀଷିକା ରଚାଇଥିବାବେଳେ ଆମ ରାଜ୍ୟରେ ଏହାର ମୁକାବିଲା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବର୍ଗଙ୍କଠାରୁ ସହାୟତା ଓ ସହଯୋଗ କାମନା କରିଛନ୍ତିା ଏହି ପରିପ୍ରେକ୍ଷୀରେ ଅଲ୍‍ ଓଡ଼ିଶା ଟେଣ୍ଟ ହାଉସ୍‍ ଓ୍ୱନର୍ସ ଆଣ୍ଡ ସପ୍ଳାୟର୍ସ ଆସୋସିଏସନ୍‍ ତରଫରୁ ପ୍ରଦାନ କରାଯାଇଥିବା ସହାୟତା ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ l

ଏହି ଅବସରରେ ସଂଘର ସଭାପତି ଶ୍ରୀ ପଣ୍ଡା କହିଲେ ଯେ, ଉପରୋକ୍ତ ସହଯୋଗ ସହିତ କରୋନା ଭୂତାଣୁ ମୁକାବିଲା ପାଇଁ ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଟେଣ୍ଟ ହାଉସ୍‍ ଓ୍ୱନର୍ସ ଆଣ୍ଡ ସପ୍ଲାୟର୍ସ ଆସୋସିଏସନ୍‍ ତରଫରୁ ସ୍ୱତନ୍ତ୍ର ଭାବେ ୨ ଲକ୍ଷ ଟଙ୍କାର ଶୁଖିଲା ଖାଦ୍ୟ ଗରିବ ଓ ନିରାଶ୍ରୟ ଲୋକମାନଙ୍କୁ ବଣ୍ଟନ କରାଯାଇଛି ଏବଂ ଏଭଳି ସହାୟତା ଜାରି ରହିଛିା ସେହିଭଳି ସେମାନଙ୍କର ଜିଲ୍ଲାସ୍ତରୀୟ ସଂଘ ଦ୍ୱାରା ମଧ୍ୟ ବିଭିନ୍ନ ଜିଲ୍ଲାରେ ଅନ୍ୟାନ୍ୟ ସହାୟତା ପ୍ରଦାନ ସହିତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛିା ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିକୁ ଏହି ଅର୍ଥ ପ୍ରଦାନ ସମୟରେ ସଂଘର ଅଧ୍ୟକ୍ଷ ଶ୍ରୀ ଅଟଳ ବିହାରୀ ଜେନା, ସଂପାଦକ ଶ୍ରୀ ମନୋରଞ୍ଜନ ସାହୁ, ଯୁଗ୍ମ ସଂପାଦକ ଶ୍ରୀ ଉପେନ୍ଦ୍ର କୁମାର ପଣ୍ଡା, ଉପଦେଷ୍ଟା ଶ୍ରୀ ପ୍ରବୋଧ କୁମାର ଦାସ, କୋଷାଧ୍ୟକ୍ଷ ଶ୍ରୀ ଜୟନାରାୟଣ ସିଂ, ସଂଘର କର୍ମକର୍ତ୍ତା ଶ୍ରୀ ଗୁରୁ ଚରଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ l

Nalco
Leave A Reply