ବଲିଉଡ ସୁପରଷ୍ଟାର ଅମିର ଖାଁ କେବଳ ଭାରତ ନୁହେଁ ସାରା ଦୁନିଆଁ ରେ ପ୍ରସିଦ୍ଧ l ଯେପରି ସାନ୍ନମାନ ତାଙ୍କୁ ଭାରତ ରେ ମିଳେ ,ସେହିପରି ଭାରତ ବାହାରେ ମଧ୍ୟ ମିଳେ l ଚୀନ ପରେ ଏବେ ୟୁଏସ ରେ ତାଙ୍କର ଚଳଚିତ୍ର ଆଦୃତ ହୋଇପାରିଛି l
ଯେତେବେଳେ ଆମେ ବଲିଉଡର ଚଳଚିତ୍ର କୁ ନେଇ ଚର୍ଚା କରୁ ସେହି ସମୟରେ ଅମିର ଖାଁ ଙ୍କ ଥ୍ରୀ ଇଡିଅଟ୍ସର ଚଳଚ୍ଚିତ୍ରଟି ଆମ ନଜରକୁ ଆସିଥାଏ l କେବଳ ଭାରତର ଦର୍ଶକ ନୁହନ୍ତି ,ଭାରତ ବାହାରେ ମଧ୍ୟ ଏହି ଚଳଚିତ୍ର ଟିକୁ ବେଶ ପସନ୍ଦ କରନ୍ତି l ଏବେ ସାରା ବିଶ୍ୱବାସୀ ଲକ୍ଡାଉନ୍ ସମୟରେ ନିଜର ମନୋରଞ୍ଜନ ପାଇଁ ଚଳଚିତ୍ର କୁ ମାଧ୍ୟମ କରିଛନ୍ତି l ଏକ ତଥ୍ୟ କୁ ଭିତ୍ତିକରି ଜଣାପଡିଛି ଯେ ଅମିର ଖାଁ ଙ୍କ ଥ୍ରୀ ଇଡିଅଟ୍ସ ଚଳଚିତ୍ରଟି ଆମେରିକାର ଦର୍ଶକ ମାନଙ୍କ ମଧ୍ୟରେ ବେଶ ଆଦୃତ ହୋଇପାରିଛି l
ଚଳଚିତ୍ରର ନିର୍ଦ୍ଧେଶକ ରାଜକୁମାର ହିରାନୀ ଏହି ଖବର କୁ ଶୁଣି ଖୁସି ହୋଇ କହିଛନ୍ତି ଯେ “ଯେଉଁ ଚଳଚିତ୍ର ୧0 ବର୍ଷ ପୂର୍ବରୁ ହୋଇଥିଲା ତାହାକୁ ଆଜି ମଧ୍ୟ ଲୋକମାନେ ପସନ୍ଦ କରୁଛନ୍ତି l “