Odisha news

ନିଆଳି ବ୍ଳକ ଅନ୍ତର୍ଗତ କୃଷ୍ଣପ୍ରସାଦ ପଞ୍ଚାୟତର ଶିଖର ଘାଟ ଛକରେ ମାନୁ ନାହାନ୍ତି ଲୋକେ ସାମାଜିକ ଦୂରତା, ପିନ୍ଧୁ ନାହାନ୍ତି ମାସ୍କ

0
ନିଆଳି:(ରାଜେଶ କୁମାର ଲେଙ୍କା) : ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବାହାରି ନଥିବା ବେଳେ ସାମାଜିକ ଦୂରତ୍ବ ହିଁ ଏକମାତ୍ର ଉପାୟ।ଏଥିପାଇଁ ସରକାରଙ୍କ ପକ୍ଷରୁ ଏହାକୁ ପାଳନ କରିବା ପାଇଁ ବ୍ୟାପକ ପ୍ରଚାର କରାଯାଉଛି।ସାମାଜିକ ଦୂରତା ରକ୍ଷା କରିବା ଓ ସବୁବେଳେ ମାସ୍କ ପିନ୍ଧିବା  ପାଇଁ ବାରମ୍ବାର ପ୍ରଚାର କରା ଯାଉଛି।କିନ୍ତୁ ଲୋକମାନେ ଏହି  ସାମାଜିକ ଦୂରତା ରକ୍ଷା କରିବା ଓ ମାସ୍କ ପିନ୍ଧିବା ପାଇଁ  ନାରାଜ।ଏଭଳି ଘଟଣା ଦେଖିବାକୁ ମିଳିଛି ନିଆଳି ବ୍ଳକ ଅନ୍ତର୍ଗତ କୃଷ୍ଣପ୍ରସାଦ ପଞ୍ଚାୟତ ର ଶିଖର ଘାଟ ଛକରେ।
ଏହି ଜନ ବହୁଳ ଛକରେ ଲକ ଡାଉନ୍ ବେଳେ ସରକାର ଙ୍କ ନିର୍ଦ୍ଦେଶକୁ ଲୋକମାନେ ବେଖାତିର କରୁଥିବା ଦେଖିବାକୁ ମିଳୁଛି।ଏହି ଛକରେ ପ୍ରତ୍ୟେକ ଦିନ ବିନା ମାସ୍କ୍ ରେ ଲୋକ ମାନଙ୍କର   ନା ହିଁ ନଥିବା ଭିଡ ଦେଖିବାକୁ ମିଳୁଛି,ଆଖ ପାଖ ଅଞ୍ଚଳରୁ ଲୋକ ମାନେ ଏହି ଛକରେ ସାମାଜିକ ଦୁରତ୍ଵ ନା ମାନି ଭିଡ ଜମାଉଛନ୍ତି।ସତେ ଯେମିତି କିଛି ଅମାନିଆ ବ୍ୟକ୍ତି କରୋନା କୁ ଭୟ କିମ୍ବା ଖାତିର କରୁ ନା ଥିବା ଦେଖିବାକୁ ମିଳିଛି। ସହ ସହ ଲୋକ ସାଇକେଲ,ଗାଡ଼ି ଧରି ପହଞ୍ଚି ଯାଉଛନ୍ତି ଏହି ଛକ ଉପରେ।ମାଛ,ମାଂସ,ତେଜରାତି ସାମଗ୍ରୀ କିଣିବା ପାଇଁ ଯେମିତିକି ଲୋକମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଦେଖିବାକୁ ମିଳୁଛି,ସାମାଜିକ କଟକଣା ତ ଦୂରର କଥା ନିଜ ନିଜ ଉପରେ ଚଢା ଚଢି ହୋଇ ମାଛ ,ମାଂସ  କିଣୁଥିବା ଦେଖିବାକୁ ମିଳୁଛି। ପାନ ପୁଡିଆ ଦୋକାନ ବନ୍ଦ କରା ଯାଇଥିଲେ ବି ଲୋକ ମାନଙ୍କ ବଢୁ ଥିବା ଆବଶ୍ୟକତାକୁ ନଜର ଦେଇ  ଛକରେ ଥିବା ଦୋକାନରେ  କିଛି ଆସାଧୁ ଗୁଟଖା, ଖଇନି,ସିଗାରେଟ୍ ବିକ୍ରି କରୁଛନ୍ତି,ନିତିଦିନିଆ ଗ୍ରାହକଙ୍କ ଛଡ଼ା ଚିଂହାଜଣା ଦେଖି ଏହି କାରବାର ହେଉଛି ସେଇଟା ପୁଣି ଦାମ୍ ୩ ଗୁଣା ଅଧିକା।
ଏଠି ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାକୁ ନେଇ ଉଠିଛି ପ୍ରଶ୍ନ।ଅନ୍ୟ ପକ୍ଷରେ କଟକଣା କୁ ନ ମାନିଲେ ଏହି ଜନ ବହୁଳ ଛକରେ କରୋନା ସଂକ୍ରମଣକୁ ରୋକିବା ପ୍ରଶାସନ ପକ୍ଷ ରେ କଷ୍ଟକର ହୋଇ ପଡିବା ବୋଲି ଚର୍ଚ୍ଚା ହେଉଛି।ପୋଲିସ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। କଟକଣା କୁ ଅଧିକ କଡାକଡି କରିବା ପାଇଁ ଗ୍ରାମବାସୀ ମାନେ ନିଆଳି ପୋଲିସ କୁ ନିବେଦନ କରିଛନ୍ତି।
Nalco

Leave A Reply