Odisha news

ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣା : ୨ ବନ କର୍ମଚାରୀ ନିଲମ୍ୱିତ

0

ପୁରୀ: ପୁରୀ ଜିଲ୍ଲା ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ୨ ବନ କର୍ମଚାରୀ ନିଲମ୍ବିତ। ଆକ୍ରମଣ କରିଥିବା ୨ ବନ କର୍ମଚାରୀ ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟଗାର୍ଡ ବିରଜା ମହାପାତ୍ରଙ୍କୁ ନିଲମ୍ବନ କରାଯାଇଛି।

ଗଣମାଧ୍ୟମ ସଂସ୍ଥାର କ୍ୟାମେରା ପର୍ସନ ଚିତ୍ତରଞ୍ଜନ ଖୁଣ୍ଟିଆଙ୍କୁ ଆକ୍ରମଣ ଅଭିଯୋଗରେ ୨ କର୍ମଚାରୀଙ୍କୁ ପୁରୀ ଜିଲ୍ଲା ଡିଏଫ୍ଓ ନିଲମ୍ବିତ କରିଛନ୍ତି। ବାତ୍ୟା ଫନିର ବର୍ଷ ପୂର୍ତ୍ତି ନେଇ ଖବର ସଂଗ୍ରହ କରିବା ପାଇଁ ଅଭୟାରଣ୍ୟରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି।  ତେବେ ଅଭୟାରଣ୍ୟର ନେଚର କ୍ୟାମ୍ପରେ ବନ କର୍ମଚାରୀ ଡ୍ୟୁଟି ବଦଳରେ ନିଶା ସେବନରେ ବ୍ୟସ୍ତ ଥିଲେ। ଏନେଇ ଗଣମାଧ୍ୟମ କର୍ମଚାରୀ ଏହାର ଭିଜୁଆଲ ନେବାରୁ ବନ କର୍ମଚାରୀ ବିରୋଧ କରି ଆକ୍ରମଣ କରିଥିଲେ।

୨ଜଣ ବନ କର୍ମଚାରୀ କ୍ୟାମେରା ପର୍ସନ ଚିତ୍ତରଞ୍ଜନଙ୍କୁ ମାଡ଼ ମାରିଥିଲେ ଏହାସହ ତାଙ୍କ କ୍ୟାମେରା ମଧ୍ୟ ଭାଙ୍ଗିଦେଇଥିଲେ। ଏନେଇ ଚିତ୍ତରଞ୍ଜନଙ୍କ ଅଭିଯୋଗ ପରେ  ପେଣ୍ଠକଟା ଥାନାରେ ମାମଲା ରୁଜୁ ହୋଇଛି।

Leave A Reply