Odisha news

ଏମିତି ଏକ ଜାଗା ଯେଉଁଠି ମହିଳା ମାନେ ଜଗନ୍ତି ବନ୍ୟଜନ୍ତୁ ଓ ଅଲିଭ୍ରିଡେଲଙ୍କ ସୁରକ୍ଷା ଠେଙ୍ଗା ଧରି

0

ଅସ୍ତରଙ୍ଗ : ଅସ୍ତରଙ୍ଗର ଜାହାନିଆଁ ଉପକୂଳର ୨୫କି.ମି. ଦିର୍ଘ ବ୍ୟାପି ସୃଷ୍ଟି ହୋଇଥିôବା ଜଙ୍ଗଲର ସୁରକ୍ଷା, ବନ୍ୟଜନ୍ତୁଙ୍କ ସୁରକ୍ଷା ଓ ଅଲିଭ୍ରିଡେଲଙ୍କ ସୁରକ୍ଷା ନେଇ ତପ୍ତର ହୋଇଉଠିଛି ସ୍ଥାନୀୟ ଗୁଣ୍ଡଳବା ଗ୍ରମାର ବନ ସୁରକ୍ଷା ସମିତି । ଏହି ସମିତିକୁ ଓଡିଶା ସରକାରଙ୍କର ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଅତିତରେ କରିଥିବା ଓ ଆଗାମୀ ଦିନରେ କରିବାକୁ ଥିବା ଜଙ୍ଗଲ ଓ ପରିବେଶର ସୁରକ୍ଷା ନେଇ ,ବିିଭିନ୍ନ ସମୟରେ ପୁରଷ୍କୃତ କରିଥିବା ବେଳେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସରକ୍ଷା ପାଇଁ ସ୍ଥାନୀୟ ବନପାଳ ଓ ବନରକ୍ଷୀଙ୍କ ସହାୟତାରେ ମହିଳା ମାନେ ଠେଙ୍ଗାପାଳି କରି ଜଗୁଥିବାର ଦେଖିବାକୁ ମିଳୁଅଛି ।


ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି ଦିର୍ଘ ୨୫ କି.ମି. ବ୍ୟାପି ଜଙ୍ଗଲରେ ବନ୍ୟଜନ୍ତୁ ମାନଙ୍କ ମଧ୍ୟରେ ବସବାସ କରୁଥିବା ହରିଣ ଅନ୍ୟତମ । ବନସୁରକ୍ଷା ସମିତିର ମହିଳା ମାନଙ୍କ କହିବା ଅନୁଯାଇ ଏହି ଜଙ୍ଗଲରେ ଏକ ହଜାରରୁ ଉର୍ଦ୍ଧ ହରିଣ ରହୁଛନ୍ତି ଓ ସେମାନଙ୍କର ଖାଦ୍ୟର ଚାହିଦା ମେଣ୍ଟାଇବା ପାଇଁ ଜଙ୍ଗଲରେ ପ୍ରାକୃତିକ ଖାଦ୍ୟ ମହଜୁଦ ରହିଥିବା ବେଳେ ସେମାନେ ପାଣି ପିଇବା ପାଇଁ ପ୍ରଚୁର ଜଳଉସô ମଧ୍ୟ ଜଙ୍ଗଲରେ ରହିଅଛି । ହରିଣର ସ୍ୱଭାବ ନୂତନ ଫସଲର ବାସ୍ନାକୁ ଆକୃଷ୍ଟ ହୋଇ ସେମାନେ ଗାଁ ମୁହାଁ ଗତିକରିଥାଆନ୍ତି ।

ତେଣୁକରି ଗାଁ ମୁହାଁ ହେବା ଫଳରେ ହରିଣକୁ ବିଭାଗୀୟ କର୍ମଚାରୀ ଓ ଆମ ମହିଳା ସଂଘର ସଭ୍ୟମାନେ ମିଶି ଉଦ୍ଧାର କରି ଜଙ୍ଗଲରେ ଛାଡିଥାଉ । ଅପର ପକ୍ଷରେ ଏହି ବେଳାଭୂମୀରେ ପ୍ରତିବର୍ଷ ନଭେମ୍ବର ଠାରୁ ମର୍ଚ୍ଚ ପର୍ଯ୍ୟନ୍ତ କଇଁଛମାନେ ଅଣ୍ଡା ଦେଇଥାଆନ୍ତି ଓ ଅଣ୍ଡା ଦେଉଥିବା କଇଁଛ ମାନଙ୍କର ଅଣ୍ଡାକୁ ସଂଗ୍ରହ କରି , ଯେହେତୁ ଅଣ୍ଡା ଗୁଡିକରୁ ଛୁଆ ଫୁଟିବା ପାଇଁ ୫୦-୫୫ ଦିନ ଲାଗିଥାଏ ସେଗୁଡିକୁ କୃତିମ ହାଚେରୀରେ ରଖାଯାଇଥାଏ । ମେ ମାସ ଶେଷ ବେଳକୁ ଏଥିପାଇଁ ବିଭାଗ ତରଫରୁ ନିୟୋଜିତ ଥିବା କର୍ମଚାରୀ ଓ ବନସୁରକ୍ଷା ସମିତିର ସଭ୍ୟା ଅଣ୍ଡାରୁ ପର୍ଯ୍ୟାୟକ୍ରମେ ବାହରୁଥିବା ଛୁଆକୁ ସମୁଦ୍ରରେ ଛାଡିବା କାର୍ଯ୍ୟ ଉପଯୁକ୍ତ ଭାବେ ତୁଲାଇଥାନ୍ତି ।

ପ୍ରକାଶ ଥାଉକି, ସ୍ଥାନୀୟ ଫରେଷ୍ଟର ଅଜୟ କୁମାର ଦାସଙ୍କ କହିବା ଅନୁଯାଇ ୧୦୦ ସାବକରୁ ମାତ୍ର ଗୋଟିଏ କିମ୍ବା ଦୁଇଟି ସାବକ ପ୍ରାପ୍ତ ବୟସ୍ମ ହୋଇଥାଆନ୍ତି କିମ୍ବା ବଂଚିଥାଆନ୍ତି । ଯାହାକି, କଇଁଛ ଛୁଆମାନଙ୍କୁ ସମୁଦ୍ରରେ ଛଡାଜିବା ପରେ ସମୁଦ୍ର ଲହଡି ମାଡ ଓ ଜଳଜୀବ ମାନଙ୍କର ଶିକାର ହୋଇ ମୃତୁୃ୍ୟ ମୁଖରେ ପଡିଥାଆନ୍ତି । ଖାଲି ସେତିକି ନୁହେଁ ଏହି ବନାଚଂଳ ଅଧିନରେ ଥିବା ଦେବୀ ମାଉଥ ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସମୁଦ୍ର ଜଳରାଶିରେ ଚଳିତବର୍ଷ ଅଲିଭରିଡଲ କଇଁଛଙ୍କ ସୁରକ୍ଷା ପାଇଁ ୨ ଗୋଟି ମୂଲ୍ୟବାନ ବୋଟ ଦ୍ୱାରା ପେଟ୍ରୋଲିଂଗ କରାଯାଇ ବାହାରର ୨ ଗୋଟି ମାଛ ଧରା ବୋଟକୁ ଜବତ କରାଯାଇଅଛି ।

ପୀର ଚାହାନିଆଁ ପୀଠକୁ ଆସୁଥିବା ବଣ ଭୋଜି ସ୍ଥଳ ଓ ପୀର ଜାହାନିଆଁ ପୀଠ ଆଦିକୁ ସଫେଇ କରାଯାଇ ବର୍ଯ୍ୟବସ୍ତୁ ସାଇତିବା ପାଇଁ ମଧ୍ୟ ଡଷ୍ଟବିନ୍ କରାଯାଇ ଜଙ୍ଗଲ ଭିତରୁ କୈାଣସି ଗଛ ନକାଟିବା ପାଇଁ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରାଯିବା ସହ ଆଗାମୀ ଦିନରେ ବନସୁରକ୍ଷା ସମିତିର ଠେଙ୍ଗାପାଳି କରୁଥିବା ମହିଳା ଓ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ମିଳିତ ସହଯୋଗରେ ଜଙ୍ଗଲ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଉପରେ କଡା କଡି ନଜର ରଖାଯିବା ବୋଲି ବନସୁରକ୍ଷା ସମିତିର ସମ୍ପାଦିକା ଚାରୁଲତା ବିଶ୍ୱାଳ ଓ ଫରେଷ୍ଟର ଅଜୟ କୁମାର ଦାସ ପ୍ରକାଶ କରିଛନ୍ତି ।

Leave A Reply