ମାହାଙ୍ଗା ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା,ବୈଠକରେ ମାହାଙ୍ଗାର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଲେ
ମାହାଙ୍ଗା ୪ା୫ : ଆଜି ମାହାଙ୍ଗା ବ୍ଲକ ସମ୍ମିଳନୀ କକ୍ଷରେ କରୋନା ସମୟରେ ମାହାଙ୍ଗା ବ୍ଲକର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସଂପର୍କରେ ଏକ ସମୀକ୍ଷା ବୈଠକରେ ମାହାଙ୍ଗାର ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ଏନ୍ ଆର ଇ ଜି ଏସ୍ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥିସହିତ ମାହାଙ୍ଗା ବ୍ଲକକୁ ୫ ହଜାର ୨୬୨ ଜଣ ପ୍ରବାସୀ ଓଡିଆ ଫେରିବା ନେଇ ମନ୍ତ୍ରୀ ସୂଚନା ଦେବା ସହ ମାହାଙ୍ଗା ବ୍ଲକର ୩୭ ଟି ପଂଚାୟତରେ ୬୫ଟି କ୍ୱାରେଣ୍ଟାଇନ୍ ଗୃହ ପ୍ରସ୍ତୁତ କରାଯାଇଥିଲା ବେଳେ ୧୯୨୧ ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି । ୩ ହଜାର ୨୪୫ ଟି ଶଯ୍ୟାର ଆବଶ୍ୟକତା ରହିଛି । ସେହିଭଳି ମାହାଙ୍ଗା ବ୍ଲକର ଯୋଗାଣ ବିଭାଗ ତରଫରୁ ୪୧ହଜାର ୨୪୪ ଜଣ ହିତାଧିକାରୀଙ୍କୁ ୩ ମାସ ପାଇଁ ୨୪,୪୦୦,୦୫ କୁଇଣ୍ଟାଲ ଚାଉଳ ଡିଲରମାନଙ୍କ ମାଧ୍ୟମରେ ବଂଟନ କରାଯାଇଛି ।
ସେହିପରି ମାହାଙ୍ଗା ବ୍ଲକରେ ଏନ୍ ଏସ୍ ପି ଯୋଜନାରେ ୯ ହଜାର ୬୫୪ଜଣଙ୍କୁ ୨.୩୮.୮୭.୨୦୦ ଟଙ୍କା ଓ ମଧୁବାବୁ ପେନ୍ସନ ଯୋଜନାରେ ୧୩ ହଜାର ୧୨୨ ଜଣଙ୍କୁ ୨.୮୭.୩୪.୦୦ ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ୨୩୯ଟି ସ୍କୁଲର ୧୪.୭୭୭ ଜଣଛାତ୍ର ଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଚାଉଳ ପ୍ରଦାନ କରାଯାଇଛି । ମାହାଙ୍ଗା ବ୍ଲକରେ ମୋଟ ୧୬ ହଜାର ୩୧୬ ଜଣ ନିର୍ମାଣ ଶ୍ରମିକଙ୍କ ପାଇଁ ଆସିଥିବା ୨,୪୪,୭୪୦୦୦ ଟଙ୍କା ପ୍ରଦାନ କରାଯିବା ପାଇଁ ଧାର୍ଯ୍ୟଥିଲା ବେଳେ ୧୩ ହଜାର ୧୫୦ ଜଣ ଶ୍ରମିକଙ୍କୁ ୧୯,୭୨ ,୫୦୦ ଟଙ୍କା ବଂଟନ କରାଯାଇଛି ।
ସେହିପରି ରେସନକାର୍ଡଧାରୀମାନଙ୍କୁ ୧ ହଜାର ଟଙ୍କା ସରକାର ପ୍ରଦାନ କରିଥିଲେ । ମାହାଙ୍ଗା ବ୍ଲକରେ ମୋଟ ୪୦ ହଜାର ୫୫୬ ଜଣ ରେସନକାର୍ଡଧାରୀମାନଙ୍କୁ ୪.୦୪.୫୬୦୦୦ ଟଙ୍କା ବଂଟନ କରାଯାଇଛି । ସେହିପରି ମାଗଣା ଚାଉଳ ଓ ଡାଲି ବଂଟନ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମାହାଙ୍ଗା ବ୍ଲକରେ କରୋନା ପାଇଁ ଗ୍ରହଣ କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମ ସଂପର୍କରେ ମନ୍ତ୍ରୀ ଶ୍ରୀ ଜେନା ଆଲୋଚନା କରିଥିଲେ ।
ଏହି ସମୀକ୍ଷା ବୈଠକରେ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ନାୟକ, ବିଡିଓ ନିହାର ରଂଜନ ମଲ୍ଲିକ, ଏବିଡିଓ ମହେଶ୍ୱର ସେଠୀ, ଜିଲ୍ଲାପରିଷଦସଭ୍ୟ ହୃଷିକେଶ ସ୍ୱାଇଁ, ପି.ଡି. ମହମ୍ମଦ ଅବଦୁଲ ଅଫ୍ତାର, ମାହାଙ୍ଗା ବିଜେଡି ସଭାପତି ରାଜକିଶୋର ଜେନା, ସ୍ୱାସ୍ଥ୍ୟ ଅଧିକାରୀ ହେମନ୍ତ ସିଂ, ସ୍ୱୟଂପ୍ରକାଶ ପରିଡା, ପୋଲିସ ଅଧିକାରୀ ରଂଜନ ପ୍ରଧାନ, ନିମାଇଁ ସେଠୀ, ଅତିରିକ୍ତ ଶିକ୍ଷା ଅଧିକାରୀ ମଦନମୋହନ ମଲ୍ଲ, ଯୋଗାଣ ଅଧିକାରୀ ସକଳେଶ୍ୱର ଦାସଙ୍କ ସମେତ ବ୍ଲକର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ ।