Odisha news

ହରପାର୍ବତୀ ପୂଜା କମିଟି ପକ୍ଷରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ : ୭୧ୟୁନିଟ ରକ୍ତ ସଂଗ୍ରହ

0

ଫୁଲନଖରା: ସିଏମସି ୫୮ ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର କୌଶିକ ଜେନାଙ୍କ ଅବାହକତ୍ୱରେ ଡାହାଳିଆବାଗ ହରପାର୍ବତୀ ପୂଜା କମିଟି ପକ୍ଷରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଡାହାଳିଅବାଗରେ ଅନୁଷ୍ଠିତ ହୋଇଥିଲା । କଟକ ରେଡ଼କ୍ରସ ରକ୍ତ ଭଣ୍ଡାର କର୍ମଚାରୀଙ୍କ ସହାୟତାରେ ଉକ୍ତ ଶିବିରରୁ ମୋଟ ୭୧ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା ।

ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ, ବିଧାୟକ ଚନ୍ଦ୍ରସାରଥି ବେହେରା, ନିଆଳି ବିଧାୟକ ଡା. ପ୍ରମୋଦ ମଲିକ, ପ୍ରାକ୍ତନ ବିଧାୟକ ପ୍ରଭାତ ତ୍ରିପାଠୀ, ରାଜ୍ୟସଭା ସାଂସଦ ସୁବାସ ସିଂ, ଯୁବ କଲ୍ୟାଣ ବୋର୍ଡ଼ ଅଧ୍ୟକ୍ଷ ବିଜୟ ନାୟକଙ୍କ ସମେତ ପ୍ରଫୁଲ ସିଂ, ମଧୁ ସାହୁ, ଧର୍ମେଶ ନାୟକ, ଆଇଆଇସି ସୁଧାଂଶୁ ଭୂଷଣ ଜେନା, ସୁଶାନ୍ତ ମହାନ୍ତି, ରଞ୍ଜନ ବିଶ୍ୱାଳ, ଆଇନଜୀବୀ ବଦ୍ରିନାରାୟଣ ମହାପାତ୍ର, ରବିନ୍ଦ୍ରନାଥ ସ୍ୱାଇଁ, ଧର୍ମେଶ ନାୟକ, ଦୀନକୃଷ୍ଣ ମହାନ୍ତି, ଛବିନ୍ଦ୍ର ମୁଖି, ଗଣନାଥ ଦାସ, ରଜନୀକାନ୍ତ ମହାନ୍ତି, ଅକ୍ଷୟ ନାୟକ, ନିରଞ୍ଜନ ନାୟକ, ପୁଲିନ ମହାପାତ୍ର, ରଘୁପ୍ରସାଦ ଶତପଥି, ସୁକାନ୍ତ ଭୋଇ, ସୁଶାନ୍ତ ଜେନା, ସୂର୍ଯ୍ୟସାରଥି ବେହେରା, ବିଭୂତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ବିଜୁ ଯୁବ ବାହିନୀ ଆବାହକ କପିଳ ଭଟ୍ଟ ଓ ବିଜେଡ଼ି କର୍ମକର୍ତ୍ତା ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply