କରୋନା ଭୂତାଣୁ ରୋଗ (କୋଭିଡ୍-୧୯)ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଶ୍ରୀ ସୁବ୍ରତ ବାଗ୍ଚୀ,ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା, ସୂଚନା ଓ ଲୋକସଂପର୍କ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଏବଂ ପରିବହନ କମିଶନର ଶ୍ରୀ ସଂଜୀବ ପଣ୍ଡା ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତିା
ଭୁବନେଶ୍ୱର : ୦୫ ମଇ,୨୦୨୦: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ଯେ ବର୍ତ୍ତମାନ ଓଡ଼ିଶା ଭଲ ସ୍ଥିତିରେ ଅଛିା କୋଭିଡ୍-୧୯ର ମୁକାବିଲା ପାଇଁ ଲକ୍ଷ ଲକ୍ଷ ଲୋକ ଦିନରାତି ନିରନ୍ତର କାର୍ଯ୍ୟ କରୁଛନ୍ତିା ବହୁ ଓଡ଼ିଆ ନିଜ କର୍ମରୁ ଊର୍ଦ୍ଧ୍ୱର୍କୁ ଯାଇ ତ୍ୟାଗ ମନୋଭାବ ନେଇ ଏହି ଅଭୂତପୂର୍ବ ପରିସ୍ଥିତିକୁ ସାମ୍ନା କରୁଛନ୍ତିା ଯେଉଁମାନେ ଓଡ଼ିଶା ଫେରୁଛନ୍ତି, ସେମାନେ ମଧ୍ୟ ସେହି ତ୍ୟାଗ ସହ ନିଜ ଉତ୍ତରଦାୟିତ୍ୱ ନିର୍ବାହ କରନ୍ତୁା
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହୁରି ମଧ୍ୟ କହିଛନ୍ତି ଯେ ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ ସୁରକ୍ଷା ପାଇଁ କ୍ୱାରାଣ୍ଟାଇନ୍ରେ ରହିବା ସହ ସରକାରଙ୍କ ସମସ୍ତ ନିୟମ କଡ଼ାକଡ଼ି ପାଳନ କରନ୍ତୁା ଏହାର ଉଲ୍ଲଂଘନ କ୍ଷେତ୍ରରେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଅବଗତ କରାଇବୋ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ
କରାଯିବା
କୋଭିଡ୍-୧୯ ଲକ୍ ଲକ୍ ଡାଉନ୍ ସମୟରେ ଲୋକମାନଙ୍କଠାରୁ ଆମ ରାଜ୍ୟ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଏବଂ ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସିବା ପାଇଁ ରାଜ୍ୟ ସରକାରଙ୍କୁ ବହୁ ଅନୁରୋଧ ଆସୁଛିା ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତିା
ଓଡ଼ିଶା ବାହାରକୁ ଡାକ୍ତରୀ ଚିକିତ୍ସା ପାଇଁ କିମ୍ବା ଜରୁରୀ କାର୍ଯ୍ୟ ପାଇଁ ଯେଉଁମାନେ ଯିବାକୁ ଚାହୁଁଥିବେ, ସେମାନେ ଆବଶ୍ୟକ ତଥ୍ୟ ଯାଞ୍ଚ ପରେ ସ୍ଥାନୀୟ ଉପ-ଜିଲ୍ଲାପାଳ ବା ତହସିଲଦାର କିମ୍ବା ଡିସିପି, ଭୁବନେଶ୍ୱର-କଟକ, ପୋଲିସ୍ କମିଶନରେଟ୍ଙ୍କଠାରୁ ଅନୁମତି ନେବୋ ଅନୁମତି ପତ୍ରର ନକଲ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ ପଠାଯିବା ଏ ସଂପର୍କିତ ନିର୍ଦ୍ଧାରିତ ଫର୍ମ ଓଡ଼ିଶା ରାଜ୍ୟ ସରକାରଙ୍କ ଗୃହ ବିଭାଗ ତରଫରୁ ପ୍ରସ୍ତୁତ କରାଯାଇଛି, ଯାହାକି ଆବେଦନକାରୀଙ୍କ ନିଜ ଜିଲ୍ଲାର ଜିଲ୍ଲାପାଳଙ୍କ ତରଫରୁ ଅଧିକୃତ ହୋଇଥିବା ଅଧିକାରୀ ପ୍ରଦାନ କରିପାରିବୋ ସେହି ଫର୍ମରେ ପାସ୍ ପ୍ରଦାନର ତାରିଖ ସହ ଗାଡ଼ି ମାଲିକଙ୍କ ନାମ ଓ ମୋବାଇଲ୍ ନମ୍ବର, ଡ୍ରାଇଭରଙ୍କ ନାମ ଓ ମୋବାଇଲ୍ ନମ୍ବର, ଗାଡ଼ି ରେଜିଷ୍ଟ୍ରେସନ୍ ନମ୍ବର, କି ପ୍ରକାର ଯାନ ଓ ଏହାର ସିଟ୍ ସଂଖ୍ୟା ଏବଂ ସେଥିରେ ଯାଉଥିବା ବ୍ୟକ୍ତି କେଉଁ ଗ୍ରାମ, ତହସିଲ୍, ଜିଲ୍ଲା ଏବଂ ରାଜ୍ୟରୁ କେଉଁ ରାଜ୍ୟର କେଉଁ ସ୍ଥାନକୁ ଯାଉଛନ୍ତି, ସେ ସଂପର୍କରେ ସବିଶେଷ ତଥ୍ୟ ସହ ଯାଉଥିବା ସମସ୍ତ ବ୍ୟକ୍ତିଙ୍କର ନାମ ସେହି ଫର୍ମରେ ସଂଲଗ୍ନ ରହିବା
ଅନ୍ୟ ରାଜ୍ୟରୁ ଓଡ଼ିଶାକୁ ଆସିବାକୁ ଚାହୁଁଥିଲେ ଆବେଦନକାରୀଙ୍କୁ ଓଡ଼ିଶା ସରକାରଙ୍କ ପୋର୍ଟାଲ୍ ରେ ପଂଜୀକରଣ କରିବାକୁ ପଡ଼ିବା ଏହାପରେ ଆବେଦନକାରୀ ଯେଉଁ ରାଜ୍ୟରେ ଅଟକି ରହିଛନ୍ତି, ସେ ସଂପୃକ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍/ପୋଲିସ୍ କମିଶନରେଟ୍ ବା ପ୍ରାଧୀକୃତ ଅଧିକାରୀଙ୍କୁ ପାସ୍ ପାଇଁ ଆବେଦନ କରି ତାଙ୍କଠାରୁ ପାସ୍ ନେବୋ ପାସ୍ ପ୍ରଦାନ କରିଥିିବା ଅଧିକାରୀ ସେହି ପାସ୍ର ଏକ ନକଲ ଆବେଦନକାରୀ ଓଡ଼ିଶାର ଯେଉଁ ଜିଲ୍ଲାକୁ ଆସିବାକୁ ଚାହୁଁଛନ୍ତି, ସେହି ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁୁ ପଠାଇବୋ ସେମାନେ ଓଡ଼ିଶାରେ ପ୍ରବେଶ କରିବା ପୂର୍ବରୁ ସେମାନଙ୍କର ନାମ ପଂଜୀକରଣ ହୋଇଛି କି ନାହିଁ, ତାହା ରାଜ୍ୟରେ ନିର୍ଦ୍ଧାରିତ ସୀମା ଚେକ୍ ପଏଣ୍ଟରେ ଯାଞ୍ଚ କରାଯିବା
ଓଡ଼ିଶାରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରେ ସଂପୃକ୍ତ ବ୍ୟକ୍ତି ଏବଂ ତାଙ୍କ ସହିତ ଯଦି କେହି ଆସିଥାନ୍ତି, ସେମାନେ ସମସ୍ତେ ୧୪ ଦିନ ପର୍ଯ୍ୟନ୍ତ ହୋମ୍ କ୍ୱାରାଣ୍ଟାଇନ୍ରେ ରହିବା ବାଧ୍ୟତାମୂଳକା ବ୍ୟକ୍ତିମାନେ ଅନ୍ୟ ରାଜ୍ୟକୁ ଯିବା ବା ଅନ୍ୟରାଜ୍ୟରୁ ଆସିବା ସମୟରେ ମାସ୍କ ବ୍ୟବହାର କରିବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ନିୟମକୁ କଡ଼ାକଡ଼ି ଅନୁପାଳନ କରିବାକୁ ରାଜ୍ୟ ଗୃହ ବିଭାଗ ମଧ୍ୟ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତିା
ମଇ ୩ରୁ ୧୭ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଲକ୍ ଡାଉନ୍ ବୃଦ୍ଧି ପାଇଥିବାରୁ ସାମାଜିକ ଦୂରତ୍ୱ ଏବଂ ସଙ୍ଗରୋଧକୁ ଆଖି ଆଗରେ ରଖି ଗ୍ରୀନ୍ ଜୋନ୍ରେ ବସ୍ ଚଳାଚଳ ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତିା ଗ୍ରୀନ୍ ଜୋନ୍ରେ ଆନ୍ତଃଜିଲ୍ଲା ଏବଂ ଜିଲ୍ଲା ଭିତରେ ବସ୍ ଚଳାଚଳ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛିା ଏହି ନିର୍ଦ୍ଦେଶନାମା ଅନୁଯାୟୀ ବସ୍ଗୁଡ଼ିକ ସିଟ୍ ସଂଖ୍ୟାର ୫୦ ପ୍ରତିଶତ ଯାତ୍ରୀ ନେଇପାରିବୋ ସେମାନେ କେବଳ ଗ୍ରୀନ୍ ଜୋନ୍ର ଭିତରେ ଗାଡ଼ି ଚଳାଇବୋ ରେଡ୍ ଜୋନ୍ କିମ୍ବା ଅରେଞ୍ଜ ଜୋନ୍ର ସୀମା ମଧ୍ୟକୁ ପ୍ରବେଶ କରିପାରିବେ ନାହିାଁ ସଂପୃକ୍ତ ବସ୍ଗୁଡ଼ିକର ବୈଧ ରୁଟ୍ ପର୍୍ମିଟ୍, ପଞ୍ଜୀକରଣ ସାର୍ଟିଫିକେଟ୍, ଫିଟ୍ନେସ୍ ସାର୍ଟିଫିକେଟ୍, ପ୍ରଦୂଷଣ ସାର୍ଟିଫିକେଟ୍ ଏବଂ ବୀମା କାଗଜପତ୍ର ଠିକ୍ ଥିବା ଆବଶ୍ୟକା
କୋଭିଡ୍-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୯୫୩୬ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛିା ଏଥିରେ ମୋଟ ୩,୩୦,୭୭୨ ଶଯ୍ୟାର ବ୍ୟବସ୍ଥା କରାଯାଇଛିା
ଆଜି ରାଜ୍ୟର ୪୯୬୯ ଗ୍ରାମ ପଞ୍ଚାୟତରେ ୩,୦୪,୩୭୭ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛିା ସେହିପରି ୧୦୯ ଟି ପୌରାଞ୍ଚଳରେ ୩୩,୮୯୦ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛିା
ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ମଇ ୩ରୁ ମଇ ୪ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪ଟି ମାମଲା ଦାୟର କରାଯାଇଛିା ସେଥିରୁ ୨୨ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ ୧ଟି ଗୁଜବ ପ୍ରଚାର ପାଇଁ ଏବଂ ୧ଟି ଅନ୍ୟାନ୍ୟ କୋଭିଡ୍-୧୯ ସଂପର୍କିତ ଘଟଣା ପାଇଁ ଅଟୋ ବିଭିନ୍ନ ଅଭିଯୋଗରେ ୬୬ ଜଣଙ୍କୁ ଗିରଫ କରାଯାଇଛି ।
ସର୍ବଶେଷ ସ୍ୱାସ୍ଥ୍ୟ ସୂଚନା
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୪୧୧୨୮ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛିା
ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୬୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା
୬୦ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତିା
ଜଣେ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛିା
ସକି୍ରୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୧୦୮ ରହିଛିା
୨୨୦ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ଅଛନ୍ତିା