Odisha news

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୬ଟି ଦେଶରେ ରହୁଥିବା ଓଡ଼ିଆଙ୍କ ସହ କରୋନା ପରବର୍ତ୍ତୀ ସ୍ଥିତି ଏବଂ ଆଗାମୀ ଅର୍ଥନୀତି ପ୍ରସଙ୍ଗରେ ଆଲୋଚନା

0

ନୂଆଦିଲ୍ଲୀ: ଉପସାଗରୀୟ ଦେଶର ଓଡ଼ିଆ ସମାଜ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୬ଟି ଦେଶରେ ରହୁଥିବା ଓଡ଼ିଆଙ୍କ ସହ କରୋନା ପରବର୍ତ୍ତୀ ସ୍ଥିତି ଏବଂ ଆଗାମୀ ଅର୍ଥନୀତି ପ୍ରସଙ୍ଗରେ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ଭାରତ ପାଇଁ ସୃଷ୍ଟି ହେଉଥିବା ସମ୍ଭାବନାକୁ କିପରି ଓଡ଼ିଶା ମୁହାଁ କରିହେବ ସେ ନେଇ ପ୍ରବାସୀ ଓଡ଼ିଆଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର।

ଭିଡିଓ କନଫରେନ୍ସିଂ ଯୋଗେ ହୋଇଥିବା ଏହି ଆଲୋଚନାରେ ୟୁଏଇ, କାତାର, ସାଉଦି ଆରବ, ବାହାରିନ୍, କୁଏତ୍ ଓ ଓମାନରେ ରହୁଥିବା ଓଡ଼ିଆ ସମାଜ ବ୍ୟକ୍ତିମାନେ ସାମିଲ ହୋଇଥିଲେ।

ପ୍ରବାସୀ ଓଡ଼ିଆ କିପରି ଓଡ଼ିଶା ଆସିବେ ସେନେଇ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ସହ କଥା ହୋଇଥିଲେ ଧର୍ମେନ୍ଦ୍ର ପ୍ରଧାନ।

IEC 2 years
Leave A Reply