Odisha news

ଦିତୀୟ ବିଶ୍ଵଯୁଦ୍ଧ ଓ ନେତାଜୀଙ୍କ ପରାକ୍ରମ

0
ନେତାଜୀ ବୋଷ ଜାନୁଆରୀ ୨୩ ତାରିଖ ୧୮୯୭ ରେ କଟକ ଜିଲ୍ଲାର ଓଡ଼ିଆ ବଜାରରେ ଜନ୍ମ ଗ୍ରହଣ କରିଥିଲେ । ପିଲାଟି ଦିନରୁ ସେ ଜଣେ ସାହାସୀ ଓ ବୁଦ୍ଧିମାନ ବାଳକ ଭାବରେ ନିଜର ପରିଚୟ ଦେଇଥିଲେ । ସୁଭାଷ ବୋଷ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ ର କେମ୍ବ୍ରିଜ ବିଶ୍ଵ ବିଦ୍ୟାଳୟ ରେ ଶିକ୍ଷା ଲାଭ କରିଥିଲେ ମଧ୍ୟ ଦେଶ ମାତୃକା ଉପରେ ଗୋରା ସରକାରଙ୍କ ନିର୍ଯାତନା ଓ ଦେଶ ବାସୀଙ୍କ କରୁଣ ଚିତ୍କାର ତାଙ୍କୁ ଭାରତ ମାଟି କୁ ଟାଣି ଆଣିଥିଲା । ଏହାପରେ ସେ ସେଠାରୁ ଫେରି ଆସି ଭାରତ ମା ପାଇଁ ନିଜ କୁ ଉତ୍ସର୍ଗୀକୃତ କରିଥିଲେ ।
ଦିତୀୟ ବିଶ୍ଵ ଯୁଦ୍ଧ ସମୟରେ ନେତାଜୀ ବୋଷ ଜାପାନୀ ସେନା ଙ୍କ ସହଯୋଗ କ୍ରମେ ଭାରତକୁ ଆକ୍ରମଣ କରିଥିଲେ । ସେ ନିଜ ସେନା ବାହିନୀ କୁ ପ୍ରେରିତ କରିବା ପାଇଁ “ଦିଲ୍ଲୀ ଚଲୋ” ଡାକରା ଦେଇଥିଲେ । ଉଭୟ ସେନା ଇଂରେଜ ସରକାରଙ୍କ ନିକଟରୁ ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଉପରେ ବିଜୟ ଲାଭ କରିଥିଲେ, କିନ୍ତୁ ପରେ ଇଂରେଜ ମାନେ ଆଉ ଥରେ ଏହାକୁ ଦଖଲ କରି ଥିବାରୁ ଆଜାଦ୍ ହିନ୍ଦ୍ ଫୌଜ ପଛକୁ ହଟି ଥିଲେ ।
ଜୁଲାଇ ୬ ତାରିଖ ୧୯୪୪ ରେ ଆଜାଦ୍ ହିନ୍ଦ୍ ଫଉଜ ରେଡ଼ିଓ ରେ ଗାନ୍ଧିଜୀ ଙ୍କ ସହିତ କଥା ହେବା ସମୟରେ ନେତାଜୀ ବୋଷ ଗାନ୍ଧିଜୀଙ୍କୁ ଜାପାନ୍ ନିକଟରୁ ସାହାଯ୍ୟ ନେବା ଓ ଆଜାଦ୍ ହିନ୍ଦ୍ ଗଠନ କରିବାର ଉଦ୍ଦେଶ୍ୟ କହିଥିଲେ । ଏହି ଭାଷଣ ସମୟରେ ନେତାଜୀ ବୋଷ ତାଙ୍କୁ ପ୍ରଥମ ଥର ପାଇଁ ରାଷ୍ଟ୍ର ପିତା ବୋଲି ସମ୍ବୋଧନ କରିଥିଲେ ଓ ତାଙ୍କ ଆଶୀର୍ବାଦ ମାଗି ଥିଲେ ।
ଦିତୀୟ ବିଶ୍ଵଯୁଦ୍ଧ ପରେ ଜାପାନ୍ ର ପରାଜୟ ପରେ ନେତାଜୀ ବୋଷ ଋଷ ର ସହାୟତା ମାଗିବା ପାଇଁ ନିଶ୍ଚିତ କରିଥିଲେ । ଅଗଷ୍ଟ ୧୮ ତାରିଖ ୧୯୪୫ ରେ ନେତାଜୀ ଉଡା ଜାହାଜ ସାହାଯ୍ୟ ରେ ମଞ୍ଚୁ ରିୟା ଯାଉ ଥିବା ସମୟରେ ନିରୁଧିଷ୍ଟ ହୋଇଗଲେ । ଏହାପରେ ଭାରତ ମାତା ର ସାହସୀ ପୁତ୍ର ନେତାଜୀ ଙ୍କୁ ଆଉ କେହି ଦେଖିବାକୁ ପାଇ ନଥିଲେ । ଏହାପରେ ଅଗଷ୍ଟ ୨୩ ତାରିଖ ୧୯୪୫ ର ଦୋମାଇ ଖବର ସଂସ୍ଥା ବିଶ୍ଵ କୁ ସୂଚନା ଦେଇଥିଲା ଯେ ଅଗଷ୍ଟ ୧୮ ତାରିଖ ଦିନ ନେତାଜୀ ଙ୍କ ବିମାନ ତାଇୱାନ ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ରେ ନେତାଜୀ କ୍ଷତାକ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇ ଥିଲେ ।
ଏହାପରେ ନେତାଜୀ ଙ୍କ ଅସ୍ଥି ଜାପାନ୍ ର ରାଜଧାନୀ ଟୋକିଓ ର ରେନକୋଜି ନାମକ ବୌଦ୍ଧ ମନ୍ଦିରରେ ରଖା ଯାଇଥିଲା । ଭାରତର ସ୍ଵାଧୀନତା ପରେ ଭାରତ ସରକାର ଏହି ଘଟଣା ର ଯାଞ୍ଚ କରିବା ପାଇଁ ୧୯୫୬ ଓ ୧୯୭୭ ରେ ଦୁଇ ଥର ଆୟୋଗ ଗଠିତ କରିଥିଲେ । ଦୁଇ ଥର ଏହି ତଥ୍ୟ ସାମ୍ନା କୁ ଆସି ଥିଲା ନେତାଜୀ ବିମାନ ଦୁର୍ଘଟଣା ରେ ମୃତ୍ୟୁ ବରଣ କରିଥିଲେ ।
ଭାରତ ସ୍ବାଧୀନତାର ଏତେବଡ ନାୟକ ଙ୍କ ମୃତ୍ୟୁ ଆଜି ମଧ୍ୟ ରହସ୍ୟ ଘେରରେ । ଯାହାକୁ ନେଇ ଆଜି ମଧ୍ୟ ଅନେକ ଆଲୋଚନା ସାମ୍ନା କୁ ଆସିଥାଏ । ଜୟ ହିନ୍ଦ୍।
Leave A Reply