Odisha news

ଏଭଳି ମା ଦୁନିଆରେ ବିରଳ : ନିଜେ ଛୁଆ ଜନ୍ମ କରି ମଧ୍ୟ ମାତୃତ୍ଵ ସୁଖ ଲାଭ କରି ପାରନ୍ତି ନାହିଁ ଅନ୍ୟର ସୁଖ ପାଇଁ

0
ନୂଆଦିଲ୍ଲୀ : ଯେ କୌଣସି ମହିଳାଙ୍କ ପାଇଁ ମାତ୍ରତ୍ଵ ସୁଖ ଗୋଟିଏ ନିଆରା ସୁଖ । ଯେତେବେଳେ ମାଟି ଛୁଆ ଜନ୍ମ ହୋଇଥାଏ ସେତେବେଳେ ତାର ହାତ ଧରି ତା ସହିତ ସ୍ନେହ ବାଣ୍ଟି ଜୀବନ ବିତାଇବା ପାଇଁ ଇଚ୍ଛା କରିଥାଏ । କିନ୍ତୁ ଏହା ବିରୁଦ୍ଧରେ ଜଣେ ବ୍ରିଟିଶ ମହିଳା ଯାଇ ନିଜର ଅଦ୍ଭୁତ ସଉକ ପୁରା କରି ଥାଆନ୍ତି । ସେ ଛୁଆ କୁ ନିଜ ଗର୍ଭ ରେ ଧାରଣ କରନ୍ତି ସତ କିନ୍ତୁ ଜନ୍ମ ହେବା ପରେ ଅନ୍ୟକୁ ଅର୍ପଣ କରି ଥାଆନ୍ତି ।
ଲୋରା ମେକ୍କାଥି ନାମକ ମହିଳା ହର୍ଡ ସର୍ଫିଲ୍ ରେ ରହୁ ଛନ୍ତି । ସେ ନିଜ ଗର୍ଭ ରୁ ୯ ଟି ସନ୍ତାନ ଙ୍କୁ ଜନ୍ମ ଦେଇଛନ୍ତି ଓ ବର୍ତ୍ତମାନ୍ ୧୦ମ ଛୁଆ ଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି । ୯ଟି ମଧ୍ୟ ରୁ ମାତ୍ର ୪ଟି ଛୁଆ ତାଙ୍କ ନିଜର , ଯେବେକି ବାକି ୫ ଟି ଛୁଆ ଅନ୍ୟ ମାତା ପିତାଙ୍କୁ ଦେଇ ଦେଇଛନ୍ତି । ସେ ନିଜର ଏହି କାର୍ଯ୍ୟ କୁ ସବୁଠୁ ଭଲ କାମ ବୋଲି କହି ଛନ୍ତି ।
ମିଳିଥିବା ସୂଚନା ଅନୁସାରେ ୩୩ ବର୍ଷୀୟା ଲୋରା ୧୧ ବର୍ଷ ପୂର୍ବରୁ ଅନ୍ୟର ସନ୍ତାନ କୁ ନିଜ ଗର୍ଭ ରେ ଧାରଣ କରିବା ର କାର୍ଯ୍ୟ ଆରମ୍ଭ କରିଥିଲେ । ସେତେବେଳକୁ ତାଙ୍କର ୪ଟି ଛୁଆ ହୋଇ ସାରିଥିଲେ । ଲୋରା କହିଛନ୍ତି ଯେ ଯେତେବେଳେ ସେ ନିଜର ଗର୍ଭର ସନ୍ତାନ ଙ୍କୁ , ସନ୍ତାନ ହିନ ମାତା ପିତାଙ୍କ କୋଳରେ ଅର୍ପଣ କରି ଥାଆନ୍ତି ସେତେବେଳେ ସେମାନଙ୍କ ହସ ଦେଖି ଅଦ୍ଭୁତ ସୁଖ ଲାଭ କରି ଥାଆନ୍ତି । ସେ ୫ଟି ସନ୍ତାନ ଙ୍କୁ IVF ଦ୍ଵାରା ଜନ୍ମ କରିଛନ୍ତି । ପ୍ରକୃତ ଭାବରେ କହିବାକୁ ଗଲେ ସେ ନିଜର ଗର୍ଭ କୁ ସେହି ମାତା ପିତାଙ୍କ ପାଇଁ ଉତ୍ସର୍ଗୀକୃତ କରିଛନ୍ତି ଯିଏ କି ମାତା ପିତା ହେବା ପାଇଁ ସକ୍ଷମ ନୁହନ୍ତି ।
ଲୋରା ସରୋଗେଶି କୁ ଗୋଟିଏ ଟିଭି ଶୋ କୁ ଦେଖି ଅନୁପ୍ରାଣିତ ହୋଇ ଥିଲେ, ସେତେବେଳେ ତାଙ୍କର ୨ଟି ସନ୍ତାନ ଥିଲେ । ତଥାପି ସେ ସରୋଗେଶୀ ମାଧ୍ୟମରେ ଅନ୍ୟକୁ ମାତା ପିତା ଙ୍କୁ ଖୁସି ଦେବାକୁ ଚେଷ୍ଟା କରିଥିଲେ ।
Leave A Reply

Your email address will not be published.