Odisha news

ନେସ୍କୋ ଶକ୍ତି କର୍ମଚାରୀ ସଙ୍ଘ ର ସୋର ଶାଖା ତରଫରୁ ସାଧାରଣ ବୈଠକ

0

ସୋର 3/05/23:-ଶକ୍ତି କର୍ମଚାରୀ ସଙ୍ଘ ସୋର ଶାଖା ତରଫରୁ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି.. ଉକ୍ତ ସଭା ରେ ବସ୍ତା ଡିଭିଜନାଲ ସେକ୍ରେଟାରୀ ନିଗମାନନ୍ଦ ଗିରି ସଭାପତିତ୍ୱ କରିଥିଲେ.. ପ୍ରଥମେ ଭାରତ ମାତା ଙ୍କ ନିକଟରେ ସଙ୍ଘ ର ସାଧାରଣ ସମ୍ପାଦକ ଡ଼କ୍ଟର ଅନ୍ତର୍ଜାମୀ ମହାପାତ୍ର ଓ ନିଖିଳ ଓଡିଶା ମଜଦୁର ମହାସଂଘ ର ସାଧାରଣ ସମ୍ପାଦକ ଶ୍ରୀ ସତ୍ୟ ବ୍ରତ ପରିଡା ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା… ସୋର ଶାଖା ତରଫରୁ ସମସ୍ତ ନବାଗତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇ ସାରିବା ପରେ ସଙ୍ଘ ର ଆଗାମୀ ଦିନ ର କାର୍ଯ୍ୟ ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ସମସ୍ତ ଅସ୍ଥାୟୀ କର୍ମଚାରୀ ମାନଙ୍କୁ କିପରି ସ୍ଥାୟୀ କରାଯିବ ସେ ବାବଦ ରେ ଆଗାମୀ ଦିନରେ ସଙ୍ଘ ଆନ୍ଦୋଳନତ୍ମକ ପଦକ୍ଷେପ ଗ୍ରହଣ କରିବ ବୋଲି ସତ୍ୟ ଭାଇ ମତବ୍ୟକ୍ତ କରିଥିଲେ.. ରେଗୁଲାର କର୍ମଚାରୀ ମାନଙ୍କର ୱେଜ ବୋର୍ଡ, ପିଏଫ, ଓ ପେନସନ ସମ୍ବନ୍ଧରେ ସଙ୍ଘ ପଦକ୍ଷେପ ନେବା ସହିତ ବି. ଏ ମାନଙ୍କର ଚାକିରୀ ସର୍ତ୍ତବଳି ବାବଦ ରେ ଆଗାମୀ ଦିନରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ସମ୍ବନ୍ଧରେ ସଙ୍ଘ ର କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଥିଲେ.. ଯଦି ଟାଟା ପାୱାର କର୍ମଚାରୀ ମାନଙ୍କ ର ନ୍ୟାଯ୍ୟ ଦାବିକୁ ପୂରଣ କରିବାରେ ଟାଳଟୁଳ ନୀତି ଆପଣା ନ୍ତି ତେବେ ଆଗାମୀ ଦିନରେ ସଙ୍ଘ ତାର ଉପଯୁକ୍ତ ଜବାବ ଦେବାକୁ ପଛାଇ ବ ନାହିଁ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଗଲା.. ସମସ୍ତ ଶ୍ରମିକ ଭାଇ ମାନେ ଏକ ହୋଇ ନିଜର ଦାବି ହାସଲ କରିବା ପାଇଁ ଦରକାର ପଡିଲେ ଭୁବନେଶ୍ୱର ପର୍ଯ୍ୟନ୍ତ ଯିବାକୁ ସମ୍ମତି ଦେଇଥିଲେ… ଯଦି ଦାବି ପୂରଣ ନ ହୁଏ ତେବେ ସମସ୍ତ ଚାରୋଟି ଯାକ ଜୋନ ର ସମସ୍ତ କର୍ମଚାରୀ ଙ୍କୁ ନେଇ ସାରା ଓଡିଶା ଅନ୍ଧାର କରିବା ପାଇଁ ବାଧ୍ୟ ହେବ ବୋଲି ସତ୍ୟ ଭାଇ କହିଥିଲେ.. ଆଜିକାର ବୈଠକ ରେ ସଙ୍ଘ ର ୱାର୍କିଙ୍ଗ ପ୍ରେସିଡେଣ୍ଟ ଶିବ ନାରାୟଣ ଗିରି, ଜଳେଶ୍ୱର ଡିଭିଜନ ସେକ୍ରେଟାରୀ ପ୍ରଦୀପ ଜେନା, ସେସୁ ର ପବିତ୍ର ନାୟକ, ୟୁନିୟନ ର ଉପସଭାପତି ଶୁଭେନ୍ଦୁ ବେହେରା, ସୋର ର ଡିଭିଜିନାଲ ସେକ୍ରେଟାରୀ ସୁକାନ୍ତ ପାଢ଼ୀ, ଚେୟାରମ୍ୟାନ ପ୍ରହଲ୍ଲାଦ ଦାସ, ସବଡ଼ିଭିଜିନାଲ ଅର୍ଗାନାଇଜର ପ୍ରକାଶ ରଞ୍ଜନ ଦେ, ପ୍ରଶାନ୍ତ କର, ସତ୍ୟଜିତ ତ୍ରିପାଠୀ, ସଂଯୁକ୍ତା ହୋତା, ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ.. ଶେଷରେ ସୋର ଡିଭିଜିନାଲ ସେକ୍ରେଟାରୀ ସୁକାନ୍ତ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭାପତି ସଭା ସାଙ୍ଗ କରିବା ପୂର୍ବରୁ ସମସ୍ତ ଉପସ୍ଥିତ ସଭ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ

Leave A Reply