Odisha news

ବାତ୍ୟା ଆଶ୍ରୟସ୍ଥଳୀ କମିଟି ସଦସ୍ୟ ଓ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ ଶିବିର ଶୁଭାରମ୍ଭ।

0
କୋଣାର୍କ – କୋଣାର୍କ ଥାନା ଅଧିନସ୍ଥ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟିର ସଦସ୍ୟ, ସଦସ୍ଯା ଓ ଟାକ୍ସଫୋର୍ସ ସ୍ବେଚ୍ଛାସେବୀ ମାନଙ୍କୁ ନେଇ ଏକ ସାତଦିନିଆ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମକୁ କାକଟପୁର ବ୍ଲକ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ସୁବ୍ରତ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ବାତ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟି ସଭାପତି ତଥା ସରପଞ୍ଚ କୃଷ୍ଣଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ଉପସଭାପତି ତଥା କାଦୁଆନୂଆଗାଁ ଗ୍ରାମପଞ୍ଚାୟତର  ନିର୍ବାହୀ ଅଧିକାରୀ କହ୍ନେଇ ଚରଣ ପ୍ରଧାନ, କମିଟିର ସଂପାଦକ ଭାଗୀରଥୀ ସ୍ଵାଇଁ, ଗ୍ରାମ ରୋଜଗାର ସେବକ ଆକାଶ କୁମାର ଦାସ, ନୋଡାଲ ଏନଜିଓ ଆଶାର ପ୍ରତିନିଧି ଅନୁସୂୟା ପରିଡା, ପ୍ରଶିକ୍ଷଣ ତୋଫାନ କୁମାର ବେହେରା, ପ୍ରକାଶ ଚନ୍ଦ୍ର ଭୋଇ ଓ ପ୍ରଦୀପ କୁମାର ବିଶ୍ବାଳ ପ୍ରମୁଖ ଯୋଗଦେଇ ବାତ୍ୟା ପୂର୍ବରୁ, ପରେ ଓ ବାତ୍ୟା ସମୟରେ ଜନସାଧାରଣ ମାନଙ୍କୁ ନିରାପଦ ଆଶ୍ରୟ, ଉଦ୍ଧାର, ଚିକିତ୍ସା ସେବା ପ୍ରଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବାତ୍ୟା ଆଶ୍ରୟସ୍ଥଳୀ ମରାମତି ଓ ରକ୍ଷଣାବେକ୍ଷଣ ଉପରେ ନିର୍ବାହୀ ଅଧିକାରୀ କହ୍ନେଇ ଚରଣ ପ୍ରଧାନ ଗୁରୁତ୍ବାରୋପ କରିବା ଗ୍ରାମ ପଞ୍ଚାୟତ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ। ପରେ ପରେ କମିଟି ସଦସ୍ୟ ଓ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଶେଷରେ କମିଟିର ସଂପାଦକ ତଥା ସାମ୍ବାଦିକ ଭାଗୀରଥୀ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।
Leave A Reply