Odisha news

କାଶିପୁରର ରେ ରାମଲୀଳା ର ଲଙ୍କାପୋଡ଼ି ଅନୁଷ୍ଠିତ

0

ନିରାକାରପୁର,୩/୫:  ପୂରାଣ ବର୍ଣ୍ଣିତ କଥାବସ୍ତୁ ଉପରେ ଆଧାରିତ। ଦେଶରେ ରାମଳୀଳା ର ବେଶ ଲୋକପ୍ରିୟତା ଅଛି।ହଜିଯାଉଥିବା ଲୋକପ୍ରିୟ ଲୋକନୃତ୍ୟ ରାମଳୀଳାକୁ ବଂଚାଇ ରଖିଛନ୍ତି ଖୋର୍ଦ୍ଧା ଜିଲ୍ଲା ଡିଆ ପଂଚାୟତ ଅନ୍ତର୍ଗତ କାଶିପୁର ଗ୍ରାମରେ।୧୩୫ବର୍ଷ ଧରି କାଶିପୁରରେ ରାମଳୀଳା ଧାରାବାହିକ ଭାବରେ ହୋଇଆସୁଛି।କାଶିପୁର ରାମଳୀଳା ଆସିଲେ କାଶିପୁର ହୋଇଥାଏ ଉତ୍ସବ ମୁଖର।ପିଲାଠୁ ବୁଢା ପର୍ୟ୍ୟନ୍ତ ସମସ୍ତେ ଅପେକ୍ଷା କରି ରହିଥାନ୍ତି କେବେ ରାମଳୀଳା ଆସିବ।ହେଲେ କାଶିପୁର ରାମଳୀଳାରେ ଗ୍ରାମବାସୀମାନେ ନିଷ୍ଠାର ସହିତ ରାମନବମୀ ଠାରୁ ଅଭିଷେକ ଶେଷ ପର୍ୟ୍ୟନ୍ତ ଉପବାସ କରି ଭାଗ ନେଇଥାନ୍ତି।କାଶିପୁରରେ ରାମଳୀଳାର ଲଙ୍କାପୋଡି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।ଲଙ୍କାପୋଡିରେ ସମସ୍ତ କଳାକାର ମାନେ ନିଖୁଣ ଅଭିନୟ କରିଛନ୍ତି।ଲଙ୍କାର ରାଜା ରାବଣ ସୀତାଙ୍କୁ ଚୋରି କରି ନେଇ ଅଶୋକ ବନରେ ରଖିଥିବା ବେଳେ ହନୁମାନ ସୀତାଙ୍କୁ ଠାବ କରିବାକୁ ଯାଇ ଲଙ୍କାରେ ପସି ରାକ୍ଷସ ମାନଙ୍କୁ ଵଧ କରି ଗଛପତ୍ର ଘରଦ୍ୱାର ଭାଂଗି ଦହନ କରି ଛାରଖାର କରିଛି।ଲଙ୍କାପୋଡି ବେଶ ଆକର୍ଷଣୀୟ ହୋଇଥିଲା ବେଳେ ଆଖପାଖ ଅଂଚଳରୁ ଶହଶହ ଲୋକ ଲଙ୍କାପୋଡି ଦେଖିବାକୁ ଆସିଥିଲେ।

Leave A Reply