ବଲିଉଡ୍ ହିରୋଇନ୍ ନେହା ଧୂପିଆ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଲିଙ୍ଗଭେଦ ହେଉଥିବା ନେଇ ମୁହଁ ଖୋଲିଛନ୍ତି । ସୁଟିଂ ସମୟରେ ଫିଲ୍ମ ନିର୍ମାତା ‘ହିରୋ’ଙ୍କୁ ଗୁରୁତ୍ୱ ଦେଉଥିବାରୁ ତାଙ୍କୁ ଅପେକ୍ଷା କରିବାକୁ ପଡେ ବୋଲି ସେ କହିଛନ୍ତି । ସୁଟିଂ ବେଳେ ହିରୋଙ୍କୁ ହିଁ ପ୍ରଥମେ ଖାଇବାକୁ ଦିଆଯାଏ, ପରେ ଅନ୍ୟମାନଙ୍କୁ । ଏକ ସାକ୍ଷାତକାରରେ ସେ ତାଙ୍କଅଭିଜ୍ଞତା ବର୍ଣ୍ଣନା କରି କହିଛନ୍ତି, “ସାଉଥ୍ ଫିଲ୍ମରେ ସୁଟିଂ ବେଳେ ହିରୋଙ୍କ ଖାଇବା ଉପରେ ଗୁରୁତ୍ୱ ଦିଆଯାଏ । ତାଙ୍କୁ ଭୋକ ଲାଗୁଛି କହିଲେ ‘ହିରୋ ସଟ୍ ଦେଉଛନ୍ତି… ହିରୋ ପ୍ରଥମେ ଖାଇବେ’ ବୋଲି ଉତ୍ତର ମିଳୁଥିଲା । ଅବଶ୍ୟଏ କଥାକୁ ମୁଁ ପରିହାସ ଭାବେ ଗ୍ରହଣ କରୁଥିଲି । ଅବଶ୍ୟ ଇଏ ବହୁତ ପୁରୁଣା କଥା, ଏବେ ଆଉ ଏମିତି ହେଉ ନ ଥିବା ଆଶା କରୁଛି ।’’ ନେହାଙ୍କୁ ଶେଷଥର ପାଇଁ ୨୦୧୮ରେ ହିନ୍ଦୀ ଫିଲ୍ମ ‘ହେଲିକପଫର ଇଲା’ରେ ଦେଖିବାକୁ ମିଳିଥିଲା । ନେହା ଆଜିକାଲି ସୋସାଲ ମିଡିଆରେ ବେଶ୍ ସକ୍ରିୟ ।