ଆଜି ହେଉଛି ଶାରଦୀୟ ନାବରାତ୍ରୀର ଦ୍ଵିତୀୟ ଦିନ ଆଜିର ଦିନରେ ମା ବ୍ରହ୍ମଚାରୀଣୀ ଙ୍କୁ ପୂଜାର୍ଚନା କରାଯାଇ ଥାଏ l ଏହା ମା ପାର୍ବତୀଙ୍କ ର ଅବିବାହିତ ରୂପ ଅଟେ l ମାନ୍ୟତା ଅନୁସାରେ ମାଙ୍କର ଏହି ରୁପକୁ ପୂଜା କରିବା ଦ୍ୱାରା ତପ , ତ୍ୟାଗ, ସଂଯମ, ସଦାଚାର ଆଦି ବୃଦ୍ଧି ହୋଇଥାଏ l ଜୀବନର କଠିନ ସମୟ ରେ ମଣିଷ ବିଚଳିତ ହୋଇ ନଥାଏ l
– ଶାରଦୀୟ ନବରାତ୍ରି ବିଶେଷ ବିଧି ବିଧାନ ଅନୁସାରେ କରାଯାଇ ଥାଏ l ମାନ୍ୟତା ରହିଛି ଯେ ଶାରଦୀୟ ନବରାତ୍ରି ରେ ଜୋ ବାଲିରେ ପୋତିବା ଶୁଭ ହୋଇଥାଏ l ବିନା ଜୋ ପୋତା ରେ ପୂଜା ସମ୍ପର୍ଣ ହୁଏ ନାହିଁ l ଏହାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ l
– ନବରାତ୍ରି ଜୋ ପୋତିଲା ପରେ ଜୋ ଯଦି ବଢିଥାଏ ଗଛ ଆକୃତିର ତେବେ ଅନେକ ସଂକେତ ମିଳିଥାଏ l ଏହାଛଡା ଯଦି ଜୋ ଗଛ ବଡ଼ ହୋଇଥାଏ ତେବେ ଘରେ ମା ଅନ୍ନପୂର୍ଣ୍ଣା ଙ୍କ କୃପା ଦୃଷ୍ଟି ସର୍ବଦା ରହିଥାଏ l
– ନବରାତ୍ରି ରେ ବାଲି କୁ ଗୋଟିଏ ପାତ୍ର ରେ ନେଇ ସେଥିରେ ପାଣି ସାମାନ୍ୟ ଛିଂଚି ଦୁବ ଘାସ ପୋତିବା ମଧ୍ୟ ଶୁଭ ହୋଇଥାଏ l ଏପରି କରିବା ଦ୍ୱାରା ମା ଦୁର୍ଗା ଙ୍କ ସହିତ ଗଣେଶ ଙ୍କ କୃପା ପ୍ରାପ୍ତ ହୋଇଥାଏ l
– ଯଦି ନବରାତ୍ରି ପୂଜା ଘରେ କରୁଛନ୍ତି ତେବେ ଘରେ ପୂଜା ସ୍ଥାନରେ ଗୋଟିଏ ତୁଳସୀ ବୃକ୍ଷ ଟିଏ ରଖନ୍ତୁ l ଏହାଦ୍ୱାରା ଘରେ ଶୁଭ ସମୟ ଆସିଥାଏ l