ରସୁଣ ନିଜର ୟୁନିକ ଫ୍ଲେବର ପାଇଁ ପରିଚିତ, ଏହା ଔଷଧିୟ ଗୁଣରେ ମଧ୍ୟ ଭରପୁର ଅଟେ l ପ୍ରତିଦିନ ରସୁଣ ସେବନ କରିବା ଦ୍ୱାରା ଅନେକପ୍ରକାର ରୋଗ ନିକଟରୁ ଆରାମ ମିଳିଥାଏ l ଆୟୁର୍ବେଦ ଅନୁସାରେ ପ୍ରତିଦିନ ମଧ୍ୟାହ୍ନ ଭୋଜନ ପୂର୍ବରୁ ମାତ୍ର ୨ଟି ପାଖୁଡା ରସୁଣ ଖାଇ ଦିଅନ୍ତୁ, ମିଳିବ ଅନେକ ପ୍ରକାର ଶାରୀରିକ ସମସ୍ୟାରୁ ମୁକ୍ତି l
– ହାର୍ଟ ସମସ୍ୟାକୁ ଦୂର କରିଥାଏ ରସୁଣ, ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ହାର୍ଟ ସମ୍ବନ୍ଧିତ ଅନେକ ସମସ୍ୟା ଦୂର ହୋଇଥାଏ l ରସୁଣ ରେ ଥିବା ସଲଫର ବ୍ଲଡ଼ ପ୍ରେସର ଓ କୋଲେଷ୍ଟ୍ରଲ ସ୍ତର କୁ ହ୍ରାସ କରିଥାଏ ଏବଂ ହାର୍ଟ କୁ ମଜବୁତ ରଖିଥାଏ l
– ରସୁଣ ରେ ଥିବା ଆଣ୍ଟିଅକ୍ସିଦାଣ୍ତ ଶରୀରରେ ଥିବା ଫ୍ରୀ ରେଡ଼ିକୁଲସ ସହିତ ଲଢ଼ିବାରେ ସାହାଯ୍ୟ ମିଳିଥାଏ, ଯାହାକି କ୍ୟାନ୍ସର କୋଷିକା କୁ ବଢାଇବାରେ ସାହାଯ୍ୟ କରିଥାଏ l
– ରସୁଣ ଗୋଟିଏ ପ୍ରାକୃତିକ ଆଣ୍ଟି ବାୟୋଟିକ , ଆଣ୍ଟି ଭାଇରଲ ଗୁଣ ବିଭିନ୍ନ ପ୍ରକାର ସଂକ୍ରମଣ ରୁ ରକ୍ଷା କରିଥାଏ l ଇମ୍ୟୁନ ସିଷ୍ଟମ କୁ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରେ l ପ୍ରତିଦିନ ରସୁଣ ସେବନ କରିବା ଦ୍ୱାରା ସାଧାରଣ କାଶ ଓ ସର୍ଦି ରୁ ଆରମ୍ଭ ମିଳେ l
– ଅର୍ଥାରଇଟିସ ସମସ୍ୟା ପାଇଁ ରସୁଣ ଖୁବ ଲାଭ ଦାୟକ ଅଟେ l ଏଥିରେ ଆଣ୍ଟି ଇମ୍ଫ୍ଲାମେଟ୍ରି ଗୁଣ ମିଳିଥାଏ ଯାହାକି ଆର୍ଥ୍ରାଇଟିସ ରେ ହେଉଥିବା ଯନ୍ତ୍ରଣା ରୁ ଆରାମ ମିଳିଥାଏ ଏବଂ ଅସହଜତା କୁ କମ କରିଥାଏ l
– ପାଚନ ଶକ୍ତି କୁ ବଢାଇବା ପାଇଁ ରସୁଣ ଖୁ ଲାଭ ଦାୟକ l ଏହା ଡ଼ାଈଜେଷ୍ଟିଭ ସିଷ୍ଟମ କୁ ଶକ୍ତ କରି ଥାଏ l ଏବଂ ଖାଦ୍ୟର ଅଧିକ ଫ୍ୟାଟ ଓ ପ୍ରୋଟିନ କୁ ଅବଶୋସିତ କରିଥାଏ l
– ହାଡ଼ ପାଇଁ ରସୁଣ ଖୁବ ଲାଭ ଦାୟକ l ଏହା ବନ ଡେଂସିଟି କୁ ବୃଦ୍ଧି କରିଥାଏ l ଏବଂ ହାଡ଼ ସମ୍ବନ୍ଧିତ ରୋଗ କୁ ମଧ୍ୟ ଦୂର କରିଥାଏ l