କରୋନା ମହାମାରୀ କୁ ଆମେ କେହିବି ଭୁଲି ପରିବା ନାହିଁ, କରୋନା ମହାମାରୀ କୁ ୪ ବର୍ଷ ଏଥି ମଧ୍ୟରେ ହୋଇ ଯାଇଛି କିନ୍ତୁ ଲୋକଙ୍କର ଆଜି ପର୍ଯ୍ୟନ୍ତ ଭୟ ଯାଇନାହିଁ , ଏହା ଭୁଲିବା ଖୁବ କଷ୍ଟଦାୟକ l କୋଭିଡ ସଙ୍କଟ କାରଣରୁ ଅନେକ ଗୁଡିଏ ପରିବାର ନଷ୍ଟ ମଧ୍ୟ ହୋଇଯାଇଛି l ଯେଉଁଥିରେ କୁହାଯାଇଛି ଯେ ଭାରତ ପ୍ରତି ଆଗାମୀ ମହାମାରୀ ସାଙ୍ଘାତିକ ସ୍ଥିତି ଆଣିପାରେ l
ନୀତି ଆୟୋଗ ର ଏହି ରିପୋର୍ଟ ରେ କୁହାଯାଇଛି ଯେ ପେଣ୍ଡାମିକ ପ୍ରିପ୍ରେୟାରନେସ ଏଣ୍ଡ ଏମର୍ଜେନ୍ସି ରେସପନ୍ସ ରହିବ l ଏହି ଆୟୋଗ ଅନୁସାରେ ୧୦୦ ଦିନ ମଧ୍ୟରେ ପ୍ରଭାବୀ ପ୍ରତିକ୍ରିୟା ସୁନିଶ୍ଚିତ ହେବ l ଭବିଷ୍ୟତର ମହାମାରୀ ପାଇଁ ଅପାତକାଳୀନ ପ୍ରତିକ୍ରିୟା ପାଇଁ ଏହି ଆୟୋଗ ର କାର୍ଯ୍ୟ ର ରୂପରେଖ ପ୍ରସ୍ତୁତ କରାଯିବ l
ଏହି ରିପୋର୍ଟ ରେ କୁହାଯାଇଛି ଯେ ଭବିଷ୍ୟତ ରେ ଭାରତ ଯଦି କୌଣସି ମହାମାରୀ ରେ ପ୍ରଭାବିତ ହେବ, ଏବଂ ଏହାକୁ କିପରି ପ୍ରତିରୋଧ କରାଯିବ, ସେଥିପ୍ରତି ଦୃଷ୍ଟି ଦିଆଯାଇ ପାରିବ l ଏହି ରିପୋର୍ଟ ରେ କୁହାଯାଇଛି ଯେ PHEMA ମହାମାରୀ ଦ୍ୱାରା ବିଭିନ୍ନ ତଥ୍ୟ ଉପରେ ଧ୍ୟାନ ଦିଆଯିବ l ଯେଉଁଥିରେ ରୋଗ, ପ୍ରାକୃତିକ ଦୁର୍ବିପାକ ଓ ଜୈବ ଆତଙ୍କବାଦ ସାମିଲ ରହିବ l
ଯାହାଦ୍ୱାରା ଆମେ ତତକ୍ଷଣାତ କୌଣସି ପଦକ୍ଷେପ ନେଇ ନିଜକୁ ସୁରକ୍ଷା ଦେଇପାରିବା l ନୀତି ଆୟୋଗ ର ଏହି ରିପୋର୍ଟ ଅନୁସାରେ କୁହାଯାଇଛି ଯେ ଯଦି ଆମେ କୌଣସି ରୋଗରେ ପୀଡିତ ହେଉଚୁ ସେଥିପାଇଁ ଏହା ଆମ ପାଇଁ ସୁରକ୍ଷା ଯୋଗାଇବ l ଏହା ମହାମାରୀ ନିକଟରୁ ରକ୍ଷା ପାଇବା ପାଇଁ ଗୋଟିଏ ବିଶେଷ ଧରଣର ବଡି ପ୍ରସ୍ତୁତ କରାଯାଇ ଥାଏ l
