Odisha news

ଅଭିଆଡ଼ୀ ମା’ ହେବେ ନତାଶା

0

କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ ଅଭିନେତ୍ରୀ ନତାଶା ଷ୍ଟେନକୋଭିକ ୨୦୨୦ ଆରମ୍ଭରେ ନିର୍ବନ୍ଧ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ହେଲେ ନତାଶା ମା’ ହେବାକୁ ଯାଉଛନ୍ତି ବୋଲି ଉଭୟ ଷ୍ଟାର୍‌ ସୋସାଲ ମିଡିଆରେ ସେୟାର କରିଛନ୍ତି । ହାର୍ଦ୍ଦିକ ଓ ନତାଶା ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଅପେକ୍ଷାରତ । ନତାଶା ଇନ୍‌ଷ୍ଟାଗ୍ରାମରେ ହାର୍ଦ୍ଦିକଙ୍କ ସହ ଫଟୋ ସେୟାର କରିଲେଖିଛନ୍ତି, ଆମ ଦୁହିଁଙ୍କର ଅନେକ ଅଭୁଲା ସ୍ମୃତି ରହିଛି । ଏବେ ଏହା ଆହୁରି ସୁନ୍ଦର ହେବାକୁ ଯାଉଛି । ଏକ ନୂଆ ଜୀବନକୁ ସ୍ୱାଗତ କରିବାକୁ ନେଇ ଆମେ ଉତ୍ସାହିତ । ଏଥିପାଇଁ ସମସ୍ତଙ୍କ ଆଶୀର୍ବାଦ ଓ ଶୁଭକାମନା ଚାହୁଁଛୁ ।

Leave A Reply