ନୂଆଦିଲ୍ଲୀ: ୧୮ଟି ରାଜ୍ୟସଭା ଆସନ ପାଇଁ ଜୁନ୍ ୧୯ରେ ନିର୍ବାଚନ ହେବ | ଆଜି ଏ ନେଇ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ମାର୍ଚ୍ଚରେ ହେବାକୁ ଥିବା ଏହି ନିର୍ବାଚନ କରୋନାଭାଇରସ୍ ମହାମାରୀ ଏବଂ ପରେ କରାଯାଇଥିବା ଦେଶବ୍ୟାପୀ ଲକଡାଉନକୁ ଦୃଷ୍ଟିରେ ରଖି ସ୍ଥଗିତ ରଖାଯାଇଥିଲା। ବର୍ତ୍ତମାନ ଧୀରେ ଧୀରେ ଲକଡାଉନ ପ୍ରତିବନ୍ଧକକୁ କୋହଳ କରାଯାଉଥିବାରୁ ଆୟୋଗ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ପରିଚାଳନା ପାଇଁ ବ୍ୟବସ୍ଥା କରୁଥିବାବେଳେ କୋଭିଡ-୧୯ କଣ୍ଟେଣ୍ଟମେଣ୍ଟ ଜୋନ ପାଇଁ ଜାରି ନିର୍ଦ୍ଦେଶନାମା ପାଳନ କରାଯାଉଛି କି ନାହିଁ, ତାହା ନିଶ୍ଚିତ କରିବାକୁ ମୁଖ୍ୟ ସଚିବମାନଙ୍କୁ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରିବାକୁ କୁହାଯାଇଛି ବୋଲି ଆୟୋଗ କହିଛନ୍ତି।
