Odisha news

ଲକ୍‌ଡାଉନ୍‌ କମିକ୍‌ ବୁକ୍

0

ତାମିଲନାଡୁ : ଲକ୍‌ଡାଉନ୍‌ ସମୟରେ ତାମିଲନାଡୁର ଦୁଇ ଭାଇ ଇଶାନ୍‌ ବେଞ୍ଜାମିନ୍‌ ପିଚମୁîଥ୍‌ (୧୩) ଓ ୟୋହନ ବେଞ୍ଜାମିନ୍‌ ପିଚମୁଥ୍‌ (୧୦) କରୋନାଭାଇରସ ଉପରେ କମିକ୍‌ ବୁକ୍‌ ରଚନା କରିଛନ୍ତି । ବହିରେ ମିମ୍‌ର ବ୍ୟବହାର କରାଯାଇଛି । ହ୍ୱାଟ୍ସଆପ୍‌ ଜରିଆରେ ଏହାର ବିକ୍ରି ଆରମ୍ଭ କରିଛନ୍ତି । ବହିରେ ଲକ୍‌ଡାଉନ୍‌ର ସବୁ ଦିଗକୁ ସୃଜନଶୀଳତା ସହ ଲେଖାଯାଇଛି । ବହିକୁ ସେମାନେ ହାତରେ ହିଁ ତିଆରି କରିଛନ୍ତି । ଏହାର ପ୍ରଥମ ସଂସ୍କରଣ ନାଁ ‘ଦ ଷ୍ଟିକ୍ସ କମିକ୍ସ’ । ବଡ଼ ଭାଇ ବହି ତିଆରି କାମ କରୁଥିବା ବେଳେ ସାନ ଭାଇ ହ୍ୱାଟ୍ସଆପ୍‌ରେ ମାର୍କେଟିଂ ଦାୟିତ୍ୱ ବୁଝୁଛି । ପ୍ରଥମେ ଦୁହେଁ ପରିବାର ତଥା ବନ୍ଧୁବାନ୍ଧବଙ୍କୁ ଦେଖାଇବା ପରେ ଅନ୍‌ଲାଇନ୍‌ ଲଞ୍ଚ୍‌ କଲେ । ଏହାର ମୂଲ୍ୟ ୫୦ ଟଙ୍କା ଥିବା ବେଳେ ପାଞ୍ଚ ପ୍ରତିଶତ ରିହାତି ଦିଆଯାଉଛି ।

Leave A Reply