Odisha news

‘କରୋନା ମାତା’ ପୂଜା

0

ବିହାର : ବିହାରରେ ଏବେ ଲୋକେ କରୋନାକୁ ଦେବୀ ମାତା ଭାବେ ପୂଜା କରୁଛନ୍ତି । ଭୟରୁ ଜାତ ହୋଇଛି ଏପରି ଅନ୍ଧବିଶ୍ୱାସ । ଛପରା ଅଞ୍ଚଳରେ କରୋନା ମାତା ପୂଜା ଚାଲିଥିବାର ଭିଡିଓ ସାମ୍ନାକୁ ଆସିଛି । ପ୍ରଥମ ପର୍ଯ୍ୟାୟ ଅନ୍‌ଲକ୍‌ ଆରମ୍ଭ ହେବା ମାତ୍ରେ ଅନ୍ଧବିଶ୍ୱାସ ଯୋଗୁ ୧୨ ଜଣ ମହିଳା କରୋନାକୁ ପୂଜା କରିବା ଦେଖାଯାଉଛି ଠିକ୍‌ ଯେମିତି ଏକଦା ବସନ୍ତ ରୋଗକୁ ଭାରତୀୟମାନେ ‘ମା’ ମାନ୍ୟତା ଦେଇ ପୂଜା କରୁଥିଲେ । ଏହି ଭିଡିଓ ଭାଇରାଲ ହେବାରୁ ଗ୍ରାମାଞ୍ଚଳରେ ଅଧିକାଂଶ ମହିଳା ପୂଜା ପାଇଁ ଘରୁ ବାହାରୁଛନ୍ତି । ଗୋଦନା ଗଢ଼ଦେବୀ ମା’ଙ୍କ ମନ୍ଦିର ପରିସରରେ ପ୍ରାୟ ୧ ଫୁଟ ଗାତ ଖୋଳି ସେଥିରେ ଲଡ଼ୁ, ଲୁଣ, ମନ୍ଦାର ଫୁଲ ଆଦି ପୂଜା ସାମଗ୍ରୀ ରଖି ମାଟି ଘୋଡ଼ାଇ ଦିଆଯାଉଛି । ପରେ ବିଧିବିଧାନ ସହ ପୂଜା କରାଯାଇ ଦେଶକୁ କରୋନାମୁକ୍ତ କରିବାକୁ ପ୍ରାର୍ଥନା କରାଯାଉଛି । କରୋନାକୁ ନେଇ ନାନା ଗୁଜବ ମଧ୍ୟ ପ୍ରଚାରିତ ହେଉଛି ଯେମିତିକି ଏକ ଭାଇରାଲ ଭିଡିଓରେ ଜଣେ ମହିଳା କହୁଛନ୍ତି- ମୁଁ ଖେତରେ ଘାସ କାଟୁଥିଲି । ସାମ୍ନାରେ ଏକ ଗାଈ ଘାସ ଚରୁଥିବାବେଳେ ହଠାତ୍‌ ନାରୀ ରୂପ ନେଲା । ମୁଁ ଭୟରେ ଦୌଡ଼ିବାରୁ ଗାଈ କହିଲା ମୋତେ ଡର ନାହିଁ, ମୁଁ କରୋନା ମାତା । ସୋମବାର ଓ ଶୁକ୍ରବାର ପୂଜା ସାମଗ୍ରୀ ଚଢ଼ାଇ ପୂଜାର୍ଚ୍ଚନା କଲେ ନିଜେ ଚାଲିଯିବି ।

Leave A Reply