ନଶିରୁଧିନ ସାହା ନିଜର ବିବାଦିତ ବୟାନ କୁ ନେଇ ପୁଣି ଚର୍ଚ୍ଚା ରେ : କହିଲେ ଚର୍ଚ୍ଚ ମସଜିଦ ଭଙ୍ଗା ଯାଉଛି, ମନ୍ଦିର ଭାଙ୍ଗିଲେ କିପରି ଲାଗିବ
ନୂଆଦିଲ୍ଲୀ : ବଲିଉଡ୍ କଳାକାର ନସିରୁଧିନ ସାହା ଆଉ ଥରେ ଚର୍ଚ୍ଚା କୁ ଆସିଛନ୍ତି । ସେ କହିଛନ୍ତି ଭାରତରେ ସବୁକିଛି ମୁସଲମାନ ଙ୍କୁ ଡରାଇବା ପାଇଁ କରାଯାଉଛି । ଚର୍ଚ୍ଚ ମସଜିଦ ଭଙ୍ଗା ଯାଉଛି କୁହନ୍ତୁ ମନ୍ଦିର ଯଦି ଭାଙ୍ଗି ଦିଆଯାଏ ତେବେ କିପରି ଲାଗିବ । ନାସିରୁଧିନ ସାହା ଙ୍କୁ ଲାଗୁଛି ହିନ୍ଦୁ ମାନେ ମୁସଲମାନ ଙ୍କୁ ସହାଂର କରିବାକୁ ଚାହୁଁଛନ୍ତି ଓ ଦେଶରେ ଗୃହଜୁଦ୍ଧ କୁ ଆହ୍ବାନ କରୁଛନ୍ତି । କେବଳ ଏତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଉରଙ୍ଗଜେବ ଙ୍କୁ ବଦନାମ କରାଯାଉଛି ଓ ମୋଗଲ ମାନେ ରିଫ୍ୟୁଜି ଅଟନ୍ତି ।
ନିକଟରେ ନସିରୁଧୀନ ସାହା ଗୋଟିଏ ସାକ୍ଷାତକାର ଦେଇଥିଲେ । ଏହି ସାକ୍ଷାତକାର ରେ ସେ ହରିଦ୍ଵାର ର ଧର୍ମ ସଭାକୁ ନେଇ ବିସ୍ତାର ଭାବରେ କଥା ହୋଇଥିଲେ । ତା ସହିତ ମୁସଲମାନ ମାନଙ୍କୁ ଏକାଠି ହେବାକୁ ମଧ୍ୟ ଆହ୍ବାନ ଦେଇଥିଲେ ।
ଏହି ଦେଶ ଚାଲିଛି ୨୦ ହଜାର ଲୋକଙ୍କୁ ନେଇ। ଆମେ ମଧ୍ୟ ସେହି ୨୦ ହଜାର ଲୋକଙ୍କ ମଧ୍ୟରେ ରହୁଛୁ । ଭାରତରେ ହିନ୍ଦୁ ମାନଙ୍କର ଜନସଂଖ୍ୟା ଅଧିକ ରହୁଥିବା ବେଳେ କିପରି ହିନ୍ଦୁତ୍ବ ବିପଦରେ ରହିଛି ବୋଲି ଆମେ କହିବା । ଆମକୁ ଶାନ୍ତିରେ ରହିବାକୁ ଦିଆଯାଉ । ମତେ ପାକିସ୍ତାନ ଯିବାକୁ କହୁଥିବା ବ୍ୟକ୍ତିମାନେ ନିଜେ କଣ ପାଇଁ କୈଳାସ ପଳାଇ ଯାଉ ନାହାନ୍ତି । ” ନସିରୁଧିନ ସାହା ଙ୍କ ର ମନ୍ତବ୍ୟ ଆଲୋଡନ ସୃଷ୍ଟି କରିଛି । ପୂର୍ବରୁ ମଧ୍ୟ ସେ ଏହିଭଳି କିଛି ବିବାଦିତ ବୟାନ ଦେଇ ଚର୍ଚ୍ଚାରେ ରହିଥିଲେ ।