Narla (Deepak Thakur) ଆଦିସ୍କନ୍ଦ ସମାଜର ବ୍ଲକସ୍ତରୀୟ ବୈଠକ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରୀ ଗ୍ରାମ ପଂଚାୟତର କାପକୁପାଠାରେ ଅନୁଷ୍ଠିତ ହେଇଯାଇଛି । ପଦମସିଂ ମାଝୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଧନସିଂ ମାଝୀ ଯୋଗଦେଇଥିବାବେଳେ ଦ୍ରୋଣାଚାର୍ଯ୍ୟ ମାଝୀ ମଂଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ରାମ ମାଝୀ,ଦୁର୍ଯ୍ୟୋଧ ମାଝୀ,ସିଲି ମାଝୀ,ସାଧୁରାମ ମାଝୀ,ବୀର ମାଝୀ,ସାରୁଙ୍ଗା ମାଝୀ,କ୍ଷେତ୍ରୀ ମାଝୀ,ବେଣୁଧର ମାଝୀ,ସୁଦର୍ଶନ ମାଝୀ,ମୋହନ ମାଝୀ,ରାଜୀବ ମାଝୀ,ଦାଶରଥୀ ମାଝୀ,ଯୁଗେଶ୍ୱର ମାଝୀ ଯୋଗଦେଇ ଆଦିବାସୀ କନ୍ଧ ସଂପ୍ରଦାୟର ସଂସ୍କୃତି,ପରମ୍ପରା,ରୀତିବିଧି ଉପରେ ବିଷଦ ଆଲୋକପାତ କରିଥିଲେ । ବଣପାହାଡ଼ ଉପରେ ରହୁଥିବା ସଦର ଅଂଚଳର କନ୍ଧ ପରିବାରର ବିବାହ,ପର୍ବପର୍ବାଣୀ,ଯାନିଯାତ୍ରା ଏକ ପ୍ରକାର ଥିବା ବକ୍ତାଗଣ ମତବ୍ୟକ୍ତ କରିଥିଲେ । କନ୍ଧ ସଂପ୍ରଦାୟର ନବାନ୍ନ,ମହୁଲଖିଆ,ସେମିନୂଆ,କାନ୍ଦୁଲ ଭଜା,ଗୁର୍ଜୀ ନୂଆ,କାଦୋ ଯାତ୍ରା,ଚଉଳଧୁଆ,ପୋଢ ଯାତ୍ରା,ଟାକୁଆ ଭଜା,ଡ଼ଙ୍ଗର ଯାତ୍ରା,ଉପେନପୂଜା ଇତ୍ୟାଦି ବିଭିନ୍ନ ପର୍ବପର୍ବାଣୀ ଉପରେ ଆଲୋଚନା ସହିତ ସମସ୍ତେ କେମିତି ସଂଗଠିତ ହେଇରହିବେ ,ସେଦିଗରେ ବିଶେଷ ଦୃଷ୍ଟି ଦିଆଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସିଲି ମାଝୀ,ସାରୁଙ୍ଗା ମାଝୀ ପ୍ରମୁଖ ସହଯୋଗ କରିଥିଲେ