ବିଜେଡ଼ିର କର୍ମୀ ସମ୍ମିଳନୀ ତଥା କାର୍ଯ୍ୟକାରିଣୀ ବୈଠକରେ ଶୁଭିଛି ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରସ୍ତୁତିର ବିଗୁଲ । ନେତାମାନେ ତୃଣମୂଳ ସ୍ତରରୁ ସଂଗଠନକୁ ସୁଦଢ କରିବାକୁ ଆଜିର ସମ୍ମିଳନୀରେ ଆହ୍ୱାନ ଦେଇଛନ୍ତି । କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ କଢେଲ ହାଇସ୍କୁଲ ପଡ଼ିଆରେ ଆଜି ଜୋନ କ ର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି । ସଭାଟି ବ୍ଲକ ସଭାପତି ଗୋବିନ୍ଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିବାବେଳେ ଏଥିରେ ନର୍ଲା ବିଧାୟକ ଭୂପିନ୍ଦର ସିଂ,ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେଡ଼ି ରାଜ୍ୟ ସାଧାରଣ ସଂପାଦକ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗଦେଇ ସଂଗଠନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ହିରେନ୍ଦ୍ର ପ୍ରତାପ ସିଂହଦେଓ,ବିକାଶ ରଂଜନ ସିଂହଦେଓ,ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ,ବରିଷ୍ଠ ଆଇନଜୀବି ସପନ କୁମାର ପଟ୍ଟନାୟକ,ସଚିନ ସାହୁ,କୀର୍ତ୍ତନ ସାହୁ,ଭବାନୀ ଶଙ୍କର ସାହୁ,ଝସକେତନ ସାହୁ,ବୁଦ୍ଧିରାମ ସାହୁ,ଯାଜ୍ଞସେନୀ ସାହୁ,ପ୍ରତିମା ସାହୁ,ରାକେଶ ଶତପଥୀ ପ୍ରମୁଖ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସତ୍ୟନାରାୟଣ ସାହୁ ମଂଚ ପରିଚାଳନା କରିଥିବାବେଳେ ଏଥିରେ ମ.ରାମପୁର ଜୋନ କ ର ସମସ୍ତ ପଂଚାୟତରୁ କର୍ମୀମାନେ ଯୋଗଦେଇଥିଲେ ।
