Odisha news

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ଦଶମ ସମିତି ବୈଠକ ଅନୁଷ୍ଠିତ : ସରକାରଙ୍କ ନୂଆ ଗାଉଡଲାଇନ ପଞ୍ଚାୟତରେ ବିନିଯୋଗ ହୋଇପାରିବନାହିଁ

0

ନର୍ଲା – କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକରେ ଆଜି ସମିତି ଅଧକ୍ଷା ଶ୍ରୀମତି ମନୋରମା ମହାନ୍ତିଙ୍କ ଅଧକ୍ଷତାରେ ବ୍ଲକ ସଭାଗୃହରେ ଦଶମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ଲା ବ୍ଲକ ଉପାଧକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ, ସୁଶ୍ରୀ ରୀନା ଭୋଇ, କଳାହାଣ୍ଡି ସାଂସଦ ପ୍ରତିନିଧି ପର୍ଶୁରାମ ପଣ୍ଡା, ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ, ନର୍ଲା ରେଞ୍ଜର ଗିରିଧାରୀ ନାଗ, ନର୍ଲା ସି.ଡି.ପି.ଓ ଦିପ୍ତି ମାର୍ଗାରେଟ କନ୍ଦପାଣୀ ସହିତ ୨୬ ଗୋଟି ଗ୍ରାମ ପଞ୍ଚାୟତର ସରପ, ସମିତି ସଭ୍ୟ ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ପ୍ରଥମେ ନର୍ଲା ବ୍ଲକ ଅଧକ୍ଷା ଶ୍ରୀମତି ମହାନ୍ତି ସ୍ୱାଗତ ଭାସଣ ପ୍ରଦାନ କରିଥିଲେ । ନର୍ଲାର ସମସ୍ତ କରୋନା ଯୋଦ୍ଧାଙ୍କୁ ସାଧୁବାଦ ଜଣାଇଥିଲେ । କରୋନା କଟକଣା ଯୋଗୁଁ ପାଖା ପାଖି ବର୍ଷେ ପରେ ଏହି ସମିତି ବୈଠକ ଅନୁଷ୍ଠିତ ହେଉଛି ବୋଲି ଶ୍ରୀମତି ମହାନ୍ତି ପ୍ରକାଶ କରିଥିଲେ । ନର୍ଲା ବି.ଡି.ଓ ଡଃ. ବ୍ୟାସଦେବ ବେହେରା ଏହି ବୈଠକର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ । ଦେବେନ୍ଦ୍ର ସାମଲ (ଅତିରିକ୍ତ ବି.ଡି.ଓ) ପୂର୍ବ ବୈଠକର ବିବରଣୀ ପଠନ ସାଙ୍ଗକୁ ସରାକାରଙ୍କ ନୂଆ ନିୟମ ଅନୁସାରେ ସବୁ କାମ ବ୍ଲକ ତରଫରୁ କରାଯାଇ ପାରିବ ସେ ବିଷୟରେ ବିବରଣୀ ପ୍ରଦାନ କରିଥିଲେ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସି.ଏଫ.ସି. ଓ ଏସ୍.ଏଫ.ସି. ରେ ଆସୁଥିବା ଟଙ୍କାକୁ ପୂର୍ବପରି ଗ୍ରାମ ପଞ୍ଚାୟତରେ ବିନିଯୋଗ କରିପାରିବ ନାହିଁ । ଏଥିରେ ଆସୁଥିବା ଟଙ୍କାର ୬୦% ଗ୍ରାମ ପଞ୍ଚାୟତ ଓ ୩୦% ବ୍ଲକ ଓ ୧୦% ଜିଲ୍ଲା ପରିସଦଙ୍କ ଜିରଆରେ ଉନ୍ନୟନ କାମ ସବୁ କରାଯାଇ ପାରିବ ବୋଲି ସରକାରଙ୍କ ନୂଆ ନିଦେ୍ର୍ଦଶ ପଠନ କରି ଉପସ୍ଥିତ ସମସ୍ତ ସଦସ୍ୟଙ୍କୁ ଶୁଣାଇଥିଲେ । ବ୍ଲକ ପାଇଁ ଆସୁଥିବା ବିଭିନ୍ନ ଫଣ୍ଡକୁ ନର୍ଲା ବିଧାୟକ ଶ୍ରୀଯୁକ୍ତ ଭୂପିନ୍ଦର ସିଂ ବିପଥଗାମୀ କରାଇ ଅନ୍ୟ ଦିଗରେ ତାକୁ ନିୟୋଜନ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲେ । ନର୍ଲା ବ୍ଲକରେ ହେବାକୁ ଥିବା କାମଗୁଡିକ ବି.ଡି.ଓ କୁ ବିଧାୟକ ସିଂ ନିଦେ୍ର୍ଦଶ ଦେଇ ସବୁ କାମ ଗୁଡିକୁ ଅଟକାଇ ଥିବା ପ୍ରସଙ୍ଗକୁ ନେଇ କୁରମେଲ ଗ୍ରା.ପ.ର ସମିତି ସଭ୍ୟ ଶ୍ରୀ ତହସିଲ ସାହୁ ଏବଂ ଶାନ୍ତପୁର ଗ୍ରା.ପ.ର ସମିତି ସଭ୍ୟ ତୁମ୍ଭି ତୋଫାନ କରିଥିଲେ । ଶେଷରେ ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

Nalco
Leave A Reply